ଜୟଲଳିତାଙ୍କୁ ହୃଦଘାତ : ଚେନ୍ନାଇରେ ସ୍ୱତନ୍ତ୍ର ଡାକ୍ତରୀଦଳର ଚିକିତ୍ସା ଜାରି

22

କନକ ବ୍ୟୁରୋ : ଆମ୍ମାଙ୍କୁ ହୃଦଘାତ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତା ପୁଣି ଆସୁସ୍ଥ । ହୃଦଘାତ ହେବାରୁ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ବିଶେଷଜ୍ଞ ଡାକ୍ତରୀ ଟିମ୍ ଜୟାଙ୍କ ଚିକିତ୍ସା ଜାରି ରଖିଛନ୍ତି । ଦିଲ୍ଲୀ ଏମ୍ସରୁ ବିଶେଷଜ୍ଞ ଡାକ୍ତରଙ୍କ ସମେତ ଲଂଣ୍ଡନରୁ ଡାକ୍ତର ଆସି ଜୟଲଳିତାଙ୍କ ଚିକିତ୍ସା କରୁଛନ୍ତି । ସେପ୍ଟେମ୍ବର ୨୨ ତାରିଖରୁ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ଜୟଲଳିତା ।

ତେବେ କାଲି ସଂନ୍ଧ୍ୟାରେ ତାଙ୍କୁ ହୃତଘାତ ହୋଇଥିବା ନେଇ ହସ୍ପିଟାଲ କର୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ତାଙ୍କ ଚିକିତ୍ସା ପାଇଁ ଲଣ୍ଡନର ବିଶେଷଜ୍ଞ ଡାକ୍ତର ରିଚାଡ଼ ବେଲେଙ୍କ ସହ ଯୋଗାଯୋଗ କରାଯାଇଥିବା ସୂଚନା ଦିଆଯାଇଛି ।

ସେପ୍ଟେମ୍ବର ୨୨ରେ ଜୟଲଲିତା ହସ୍ପିଟାଲରେ ଭର୍ତି ହୋଇଥିଲେ । ଫୁସଫୁସରେ ସଂକ୍ରମଣ ସହ ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିଲା । କିନ୍ତୁ ଗତକାଲି ସନ୍ଧ୍ୟାରେ ପୁଣି ତାଙ୍କୁ ହୃଦଘାତ ହୋଇଥିବା ଜଣାପଡିଛି ।