ଭାରତ ପାଇଁ ଖୁସି ଖବର ! ପୁଣି ଝଲସିଲା ତାଜମହଲ, ୟୁନେସ୍କୋର ସୁନ୍ଦର ଐତିହାସିକ ସ୍ଥାନ ମଧ୍ୟରେ ତାଜମହଲ ଦ୍ୱିତୀୟ
ଭାରତକୁ ବିଶ୍ୱସ୍ତରରେ ପରିଚିତ କରିଥିବା ତାଜମହଲକୁ ନେଇ ପୁଣି ଚର୍ଚ୍ଚା । ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନ ପାଇଥିବା ତାଜମହଲ ୟୁନେସ୍ମୋର ଐତିହ୍ୟ ସ୍ଥଳ ମଧ୍ୟରେ ସ୍ଥାନ ପାଇଥିବା ସମସ୍ତ ଐତିହ୍ୟସ୍ଥଳକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଅନଲାଇନ ଟ୍ରାଭେଲ ପୋର୍ଟାଲ ‘ଟ୍ରିପ ଆଡଭାଇଜର’ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରେ ବିଶ୍ୱର ଦ୍ୱିତୀୟ ସୁନ୍ଦର ଐତିହ୍ୟସ୍ଥଳ ଭାବେ ତାଜମହଲକୁ ଅଧିକ ଭୋଟ ମିଳିଛି । ଏହି ସର୍ବେକ୍ଷଣରେ କମ୍ବୋଡିଆର ଅଙ୍କୋରବାଟ ମନ୍ଦିର ପ୍ରଥମ ସ୍ଥାନ ହାସଲ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଟ୍ରିପ ଆଡଭାଇଜର ଅଧିକାରୀଙ୍କ କହିବା ଅନୁଯାୟୀ, ତାଜମହଲ ଏପରି ଏକ ସ୍ଥାନ ଯେଉଁଠି ପଯ୍ୟଟକ ମାନେ ଅନ୍ୟ ପଯ୍ୟଟନ କ୍ଷେତ୍ରର ମଧ୍ୟ ମଜା ଉଠାଇପାରିବେ । ଏହାସହ ଏଠାକାର ସୁର୍ଯ୍ୟୋଦୟ ଓ ଏବଂ ସୂର୍ଯ୍ୟାସ୍ତର ଦୃଶ୍ୟ ଯେତିକି ନିଆରା ସେତିକ ମନଲୋଭା ମଧ୍ୟ । ଯାହା ପର୍ଯ୍ୟଟକଙ୍କୁ ବେଶ ଆନନ୍ଦ ଦେଇଥାଏ ।
୧୯୮୩ ମସିହାରେ ୟୁନେସ୍କୋ ତାଜମହଲକୁ ବିଶ୍ୱ ଐତିହ୍ୟ ପର୍ଯ୍ୟଟନୀସ୍ଥଳୀର ମାନ୍ୟତା ଦେଇଥିଲା । ଶାହାଜାହାନଙ୍କ ଦ୍ୱାରା ନିର୍ମିତ ଏହି ଐତିହ୍ୟ ସ୍ଥଳକୁ ଦେଖିବାକୁ ପ୍ରତିବର୍ଷ ୮୦ ଲକ୍ଷରୁ ଅଧିକ ଲୋକ ଦେଖିବାକୁ ଆସିଥାନ୍ତି । ଯାହା ତାଜମହଲର ଲୋକପ୍ରିୟତାକୁ ଦର୍ଶାଇଥାଏ ।
ତେବେ ଏହି ସର୍ଭେରେ, ବିଶ୍ୱର ଅନ୍ୟ ପ୍ରସିଦ୍ଧ ସ୍ଥାନ ମାନଙ୍କ ମଧ୍ୟରୁ ବ୍ରାଜିଲର ଇଗ୍ୱାଜୁ ନ୍ୟାସନାଲ ପାର୍କ, ଇଟାଲୀର ଶଶି ଅଫ ମାଟେରା, ପୋଲାଣ୍ଡର ଐତିହାସିକ କ୍ରାରୋ, ଇସରାଇଲର ପୁରୁଣା ସହର ଜେରୁସାଲେମ ଏବଂ ତୁର୍କୀର ଇସ୍ତାନବୁଲର ସହରକୁ ସାମିଲ କରାଯାଇଥିଲା ।