କୁଆଡେ ଗଲେ ଶିଳ୍ପପତି : ଅଶୋକ ସୂତାକଳର ନିର୍ଦ୍ଦେଶକ ପ୍ରତୀକ ପଟୋଡିଆଙ୍କ ମିଳୁନି ପତ୍ତା

30

କନକ ବ୍ୟୁରୋ : କୁଆଡେ ଗଲେ ଶିଳ୍ପପତି । ଅଶୋକ ସୂତାକଳର ନିର୍ଦ୍ଦେଶକ ପ୍ରତୀକ ପଟୋଡିଆଙ୍କୁ ଅପହରଣକୁ ୨୪ ଘଂଟା ବିତିବାକୁ ଯାଉଛି, କିନ୍ତୁ ଏଯାଏ ପ୍ରତୀକଙ୍କ କିଛି ଟେର ପାଇନି ପୁଲିସ । ପ୍ରତୀକ କୋଲକାତାରୁ ଟ୍ରେନ ଯୋଗେ ଝାରସୁଗୁଡା ଆସି ସେଠାରୁ ନିଜ ନିଜ ସଫାରି ଗାଡିରେ ଫେରୁଥିବା ବେଳେ ବାଟରେ ଅପହରଣ ହୋଇଥିବା କୁହାଯାଉଛି । ଏପରିକି ତାଙ୍କ ଗାଡି ଚାଳକଙ୍କର ମଧ୍ୟ ପତ୍ତା ମିଳୁନି । ଘଟଣାସ୍ଥଳରୁ ଉଭୟ ପ୍ରତୀକ ଓ ଡ୍ରାଇଭରଙ୍କ ଚଷମା ପଡିଥିବାରୁ ଏହା ଅପହରଣ ଘଟଣା ବୋଲି ପୁଲିସ ସନ୍ଦେହ କରୁଛି । ଖବର ମିଳିବା ପରେ ସୁନ୍ଦରଗଡ ଏସପି ଅନ୍ୟ ପୁଲିସ ଅଧିକାରୀ ଓ ଫିଙ୍ଗର ପ୍ରିଂଟ ବିଶେଷଜ୍ଞ ସହ ଘଟଣା ସ୍ଥଳକୁ ଯାଇ ଘଟଣାର ଛାନଭିନ ଆରମ୍ଭ କରିଛି । ଅନ୍ୟପଟେ ପ୍ରତୀକଙ୍କ ଅପହରଣ ହୋଇଥିବା ଓ ଏଥିରେ ବ୍ୟବସାୟିକ କାରଣ ଥିବା ସନ୍ଦେହ କରାଯାଉଛି ।