ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲା : ବାନ୍ଧବୀ ମନଜିତଙ୍କୁ ପୁଲିସର ଜେରା, ପୁଲିସ ହାତରେ ଲାଗିଛି ଚାଂଚଲ୍ୟକର ତଥ୍ୟ

570

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଇନଫୋସିଟି ଥାନା ପୋଲିସ ତଦନ୍ତକୁ ଆଗେଇଛି । ଆନନ୍ଦଙ୍କ ବାନ୍ଧବୀ ମନଜିତ ଟେଟେଙ୍କୁ ପୋଲିସ ଜେରା କରିଛି । ମନଜିତ ତାଙ୍କ ବାପାଙ୍କ ସହ ଥାନାକୁ ଯାଇଥିଲେ । ତିନି ଜଣିଆ ପୋଲିସ ଟିମ୍ ମନଜିତଙ୍କୁ ଜେରା କରିଥିଲେ । ମନଜିତ୍ ପୋଲିସ ଆଗରେ ଫେବ୍ରୁଆରୀ ୨୮ ତାରିଖ ସକାଳର ସବୁ ଘଟଣାବଳୀ ବଖାଣିଛନ୍ତି । ମନଜିତ୍ କହିଥିଲେ,
– ୨୦୨୦ ମସିହାରେ ଫେସବୁକରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା
– ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା
– ପ୍ରାୟ ୨ ବର୍ଷ ଧରି ଉଭୟ ଏକାଠି ରହିଥିଲେ
– ୨୦୨୨ ଜାନୁଆରୀରେ ଆନନ୍ଦ ଟପ୍ପୋଙ୍କ ବିବାହ ହୋଇଥିଲା
– ବିବାହ ପରେ ମନଜିତ୍ ତାଙ୍କଠାରୁ ଦୂରେଇ ଯାଇଥିଲେ
– ଆତ୍ମହତ୍ୟା ଦିନ ସକାଳେ ଆନନ୍ଦ ତାଙ୍କ ପାଖକୁ ଆସିଥିଲେ
– ପତ୍ନୀଙ୍କ କାର ଧରି ଝାରସୁଗୁଡ଼ାରୁ ଆସିଥିଲେ ଆନନ୍ଦ
– ମନଜିତଙ୍କୁ ଟଣାଓଟରା କରିଥିଲେ ଆନନ୍ଦ ଟପ୍ପୋ
– ସେ ଏହାକୁ ବାରଣ କରି ଧକ୍କା ଦେଇ ଖସିଯାଇଥିଲେ
– ଭୟରେ ସେ ନିଜ ବାଥରୁମ୍ ଭିତରକୁ ପଶିଯାଇଥିଲେ
– କିଛି ସମୟ ପରେ ବାଥରୁମରୁ ବାହାରିଥିଲେ ମନଜିତ୍
– ଆନନ୍ଦ ତାଙ୍କୁ ଉପହାର ଦେଇଥିବା ଶାଢିରେ ଝୁଲିପଡ଼ିଥିବା ଦେଖିଥିଲେ
– ପୂର୍ବରୁ ଆନନ୍ଦଙ୍କର ଅନ୍ୟ ଯୁବତୀଙ୍କ ସମ୍ପର୍କ ଥିବା କହିଛନ୍ତି ମନଜିତ
– ବିବାହ ପୂର୍ବରୁ ଆନନ୍ଦ ଆସିଲେ ରାଉରକେଲାରେ ବୀରେନ୍ଦ୍ରଙ୍କ ପାଖରେ ରହନ୍ତି