ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁବ୍ରତ ବାଗଚୀ: ରାଜ୍ୟରେ ନିର୍ମାଣ ହେବାକୁ ଥିବା କ୍ୟାନ୍ସର ହସ୍ପିଟାଲ ସମ୍ପର୍କରେ କଲେ ଆଲୋଚନା

183

କନକ ବ୍ୟୁରୋ: ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା କ୍ୟାନସର ହସ୍ପିଟାଲର ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଓଡିଶା ଦକ୍ଷତା ବିକାଶ କର୍ତୃପକ୍ଷ ସୁବ୍ରତ ବାଗଚୀ । ରାଜଧାନୀରେ ୭୫୦ ଶଯ୍ୟା ବିଶିଷ୍ଟ ଶ୍ରୀଶଙ୍କର କ୍ୟାନ୍ସର ହସ୍ପିଟାଲ ଓ ଶହେ ଶଯ୍ୟା ପାଲିଟିଭ କେୟାର ୟୁନିଟ ନିର୍ମାଣ କରାଯାଉଛି ।

ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ସୁବ୍ରତ ବାଗଚୀ ଓ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲର ଫାଉଣ୍ଡର ଡାକ୍ତର ଶ୍ରୀନାଥଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷତ ପରେ ସୁବ୍ରତ ବାଗଚୀ କହିଛନ୍ତି କୋଭିଡ ସତ୍ୱେ କାମ ଚାଲିଛି । ଲୋକଙ୍କୁ ତାଲିମ ଦିଆଯାଉଛି । ସେହିପରି ୨୦୨୩ ରଥଯାତ୍ରା ସମୟରେ କ୍ୟାନ୍ସର ହସ୍ପିଟାଲରେ ରୋଗୀ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଡାକ୍ତର ଶ୍ରୀନାଥ ।