ରାଜଧାନୀ ଗାର୍ଲ୍ସ ହାଇସ୍କୁଲରେ ରହି ପଢ଼ୁଥିଲେ ଦ୍ରୌପଦୀ ମୁର୍ମୁ  । ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଛାତ୍ରୀଙ୍କ ଭିତରେ ଉତ୍ସାହ ।

179

କନକ ବ୍ୟୁରୋ: ସଂଘର୍ଷ ଓ ନିଜର ସରଳ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ତାଙ୍କ ସ୍କୁଲ ଜୀବନର ଏକ ଅଜଣା ତଥ୍ୟ ଏବେ ସାମ୍ନାକୁ ଆସିଛି । ୧୯୭୪ ମସିହାରେ ଦ୍ରୌପଦୀ ମୁୁର୍ମୁ ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ହଷ୍ଟେଲରେ ରହୁଥିବା ବେଳେ କେୟାରଟେକରଙ୍କୁ ଦସ୍ତଖତ ଶିଖାଇଥିଲେ ବୋଲି କହିଛନ୍ତି ତାଙ୍କ ପତ୍ନୀ ।

ଛାତ୍ରୀ ଜୀବନରେ ବି ଖୁବ୍ ଶାନ୍ତସ୍ୱଭାବର ଥିଲେ । ନିଜେ ପାଠପଢ଼ିବା ସହ ଅନ୍ୟପିଲାଙ୍କୁ ମଧ୍ୟ ପାଠ ପଢ଼ାଉଥିଲେ । ଏବେ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାରୁ ପୁରୁଣା ସ୍କୁଲ ନୂଆ ଛାତ୍ରୀମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ପରସ୍ପରକୁ ମିଠା ଖୁଆଇ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀତ୍ୱକୁ ସେଲିବ୍ରେସନ୍ କରିଛନ୍ତି ।