ଫି’ ଦେଇନଥିବାରୁ ନେଲାନି ସ୍କୁଲ ବସ୍। ପାରଦୀପରେ ରାସ୍ତାରୋକ କଲେ ଛାତ୍ରଛାତ୍ରୀ।

89

କନକ ବ୍ୟୁରୋ: ଦେୟ ଦେଇନଥିବାରୁ ନେଲାନି ସ୍କୁଲ ବସ୍ । ରାସ୍ତାରୋକ କଲେ ଛାତ୍ରଛାତ୍ରୀ । ସବୁବେଳେ ଚଳଚଞ୍ଚଳ ରହୁଥିବା ପାରାଦୀପର ଦୋଛକି ନିକଟ ରାସ୍ତା ଉପରକୁ ହଠାତ୍ ଚାଲି ଆସିଥିଲେ ୪ନମ୍ବର ୱାର୍ଡରେ ଥିବା ଉଦୟବଟ ସ୍କୁଲର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ । ରାସ୍ତା ଉପରେ ବିକ୍ଷୋଭ କରିବା କରିବା ସହ ସ୍କୁଲ ବସକୁ ଅଟକାଇ ପ୍ରତିବାଦ କରିଥିଲେ । ସେମାନଙ୍କୁ ଯଦି ବସ୍ ନେବ ନାହିଁ ତାହେଲେ ସେହି ଗାଡିକୁ ଛଡାଯିବ ନାହିଁ ବୋଲି କହି ପ୍ରତିବାଦ କରିଥିଲେ ।

ପିଲାଙ୍କ ଅଭିଯୋଗ ଅନୁସାରେ ପାରାଦୀପରେ ରହିଥିବା ବିଭିନ୍ନ ବିଦ୍ୟାଳୟକୁ ନେବାଆଣିବା ପାଇଁ ସ୍ୱତନ୍ତ୍ର ବସ ନିୟୋଜିତ କରାଯାଇଥାଏ । ଏଥିପାଇଁ ସେମାନଙ୍କୁ ଧାର୍ଯ୍ୟ ଦେୟ ଦେବାକୁ ହୋଇଥାଏ । କରୋନା ଯୋଗୁଁ ୨ବର୍ଷ ବନ୍ଦ ରହିବା ପରେ ଚଳିତ ବର୍ଷର ଦେୟ ଦାଖଲ ପାଇଁ ସ୍କୁଲ କର୍ତୁପକ୍ଷ ଓ ବନ୍ଦର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ, କିଛି ପିଲାଙ୍କ ଅଭିଭାବକ ଧାର୍ଯ୍ୟ ସମୟରେ ଦେୟ ଦାଖଲ କରିନପାରିବାରୁ ଆଉ ନେଇନଥିଲେ କର୍ତ୍ତୃପକ୍ଷ । ଏବଂ ପିଲାମାନଙ୍କ ପରବର୍ତ୍ତୀ ସମୟରେ ବସ ନେଇଥିଲା । ଯାହାକୁ ନେଇ ପିଲାଙ୍କ ଭିତରେ ଥିବା ଅସନ୍ତୋଷ ଆଜି ଆନ୍ଦୋଳନର ରୂପ ନେଇଛି ।

ବନ୍ଦର ପ୍ରାଶସନ ଛାତ୍ରଛାତ୍ରୀଙ୍କୁ ଯିବା ଆସିବା ପାଇଁ ବସ୍ ନିୟୋଜିତ କରୁଥିବାରୁ ଦେୟ ଦେବା ପାଇଁ ଅଭିଭାବକଙ୍କୁ ଆଉ ଅଧିକ ସମୟ ଦେବାର ଆବଶ୍ୟକତା ରହିଥିଲା । ହେଲେ ସେହି ସୁଯୋଗ ନଦେବାରୁ ଏଭଳି ଉତ୍ତେଜନା ସୃଷ୍ଟି ହୋଇଛି ।