ସାଧାରଣ ଲୋକଙ୍କ ପାଇଁ ‘ୟାମାହା’ ଆଣିଲା ସବୁଠୁ ଶସ୍ତା ବାଇକ୍ ! ଦାମ ମାତ୍ର ୧୬ ହଜାର, ଗାଡିର ଫିଚର ଜାଣିଲେ ଉଡିଯିବ ହୋସ୍ 

7,176

ଭାରତୀୟ ଅଟୋରିକ୍ସା ବଜାରରେ ଦୁଇ ଚକିଆ ଯାନର ବହୁତ ବଡ ମାର୍କେଟ ରହିଛି । ପ୍ରତିବର୍ଷ ବିଭିନ୍ନ ମୋଟରସାଇକେଲ କଂପାନୀଗୁଡିକ ଲୋକଙ୍କର ସୁବିଧା ପାଇଁ ଅନେକ ଆକର୍ଷଣୀୟ ତଥା ଦମଦାର ଫିଚର୍ସ ଥିବା ବାଇକ୍ ମାନ ଲଂଚ କରିଥାନ୍ତି । ତେବେ ବର୍ତ୍ତମାନ ସମୟରେ ଦୁଇ ଚକିଆ ଯାନ ବଜାରରେ ବଜାଜ ଏବଂ ହିରୋ କଂପାନୀର ବେଶ୍ ଭାରି ଦବଦବା ରହିଛି । କାହିଁକି ନା ସାଧାରଣ ଜନତାଙ୍କ ବଜେଟ ଅନୁସାରେ ମଡେଲରେ ବିକ୍ରି କରିବାରେ ଏହି ଦୁଇଟି କଂପାନୀ ଖୁବ୍ ମାହିର ଅଟନ୍ତି ।

ଗୋଟିଏ ସମୟ ଥିଲା ଯେଉଁଠି ଅଟୋରିକ୍ସା ବଜାରରେ ୟାମାହା ଭଳି କଂପାନୀର ନାଁ ବେଶ୍ ଲୋକପ୍ରିୟ ଥିଲା କିନ୍ତୁ ଏବେ ଏହି କଂପାନୀର ସ୍ପୋଟର୍ସ ବାଇକ ହିଁ ଅଧିକ ଆଦୃତ ହୋଇପାରିଛି । ତେଣୁ ହିରୋ ଏବଂ ବଜାଜ କଂପାନୀର କମ ବଜେଟ୍ ବାଲା ବାଇକ ମଡେଲଗୁଡିକୁ କଡା ଟକ୍କର ଦେବାକୁ ୟାମାହା କଂପାନୀ ନିଜର ସବୁଠାରୁ ଶସ୍ତା ମଡେଲ ଲଂଚ କରିବାକୁ ଯାଉଛି ।

ଆଜ୍ଞା ହଁ ! ଆମେ ଏଠାରେ କଂପାନୀର ୟାମାହା ଆରଏକ୍ସ ୧୦୦ ବାଇକ୍ ସଂପର୍କରେ ହିଁ ଆଲୋଚନା କରୁଛି । ଏହି ବାଇକ୍ ୯୦ ଦଶକରେ ଲୋକଙ୍କ ହୃଦୟରେ ରାଜ କରୁଥିଲା । ଖାଲି ଏତିକି ନୁହେଁ ଏବେବି ଏହି ବାଇକକୁ କିଛି ଲୋକ ସାଇତି ରଖିଛନ୍ତି ।  ତେବେ ୯୦ ଦଶକରେ ଏହି ବାଇକର ଲୁକ୍ ଏବଂ ମଜଭୁତିକୁ ଟକ୍କର ଦେବା ପାଇଁ କୌଣସି ବି ଗାଡି ବଜାରକୁ ଆସିନଥିଲା ।

ମିଳିଥିବା ସୂଚନା ଅନୁସାରେ , ଖୁବ୍ ଶୀଘ୍ର ୟାମାହା ଆରଏକ୍ସ ୧୦୦ ବାଇକ୍ ଭାରତର ବିଭିନ୍ନ ଗାଡି ସୋରୁମରେ ନଜର ଆସିପାରେ । କଂପାନୀ ଏହି ନୂଆ ବାଇକର ଏକ୍ସ ସୋରୁମ ଦାମ ମାତ୍ର ୧୬ ହଜାର ଟଙ୍କା ରଖିଛି । ଏଠାରେ ।ମେ କହି ରଖୁଛୁ କି, ଭିନ୍ନ ଭିନ୍ନ ସହରରେ ଏହି ବାଇକର ଅନରୋଡ ଦାମ ପୃଥକ ପୃଥକ ରହିବ ।  ନିଜ ସହରରେ ଏହି ବାଇକର ଦାମ ଜାଣିବା ପାଇଁ ଆପଣଙ୍କୁ ଏହି ବାଇକଟିର ଲଂଚ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ଏବଂ ଏହାପରେ କଂପାନୀର ଆଧିକାରୀକ ୱେବସାଇଟ୍ କୁ ଯାଇ ନିଜ ସହରରେ ଏହି ମଡେଲର ମୂଲ୍ୟ କେତେ ରହିଛି ତାହା ଜାଣିପାରିବେ ।

ବୈଶିଷ୍ଟ୍ୟ

ୟାମାହା କଂପାନୀ ନିଜ ଆରଏକ୍ସ୧୦୦ରେ ୯୯ସିସିର ଏୟାର କୁଲ୍ଡ, ୨ଷ୍ଟ୍ରୋକ ସିଙ୍ଗିଲ ସିଲିଣ୍ଡର, ଇଂଜିନ ଲଗାଇଛି । ଯାହା ୭୫୦୦ ଆରପିଏମରେ ୧୧ ଏଚପିର ଶକ୍ତି ଏବଂ ୬୫୦୦ଆରପିଏମରେ ୧୦.୩୯ ଏନଏମର ଟର୍କ୍ୟୁ ଉତ୍ପନ୍ନ କରିଥାଏ । ସେହିପରି କଂପାନୀ ଏହି ବାଇକରେ ୧୦.୫ ଲିଟରର ଫ୍ୟୁଏଲ ଟ୍ୟାଙ୍କ ରଖିଛି । ଏହି ଗାଡିଟି ୪ ଗିୟର ବିଶିଷ୍ଟ । ଏହି ବାଇକର Ground Clarence୧୪୫ ଏମଏମ ରହିଛି । ତେବେ ବାଇକଟିର ଓଜନ ରହିଛି ୧୦୩ କିଲୋ ।