ପୁଣି ଡାକରେ ବାହାରିଲା ଚାକିରି : ୧୦ମ ପାସଙ୍କ ପାଇଁ ବଡ ସୁଯୋଗ, ଆବେଦନ ଶୁଳ୍କ ସଂପୂର୍ଣ୍ଣ ମାଗଣା

ମାସିକ ଦରମା ୧୫ ହଜାରରୁ ବି ଅଧିକ

347

ଯଦି ଆପଣ ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । କାହିଁକି ନା ନିକଟରେ ଭାରତୀୟ ଡାକ ବିଭାଗରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ତେବେ ଏହି ନିଯୁକ୍ତିରେ ଭର୍ତ୍ତି ପାଇଁ ଆବେଦନ କରିବା ପୂର୍ବରୁ ଆବଶ୍ୟକ ସୂଚନା ସଂପର୍କରେ ଅବଗତ ହୋଇଯାଆନ୍ତୁ । ସର୍ବପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ଏହି ପୋଷ୍ଟ ବର୍ତ୍ତମାନ ଉତରପ୍ରଦେଶରେ ବାହାରିଛି ।

ଶିକ୍ଷାଗତ ଯୋଗ୍ୟତା- ୧୦ମ ପାସ୍, ସହିତ ଡ୍ରାଇଭିଂ ଲାଇସେନ୍ସ

ପଦବୀ ସଂପର୍କିତ ବିବରଣୀ-୧୯

ପଦବୀ ନାଁ- କାର ଚାଳକ

ଆବେଦନ କରିବାର ଶେଷ ତାରିଖ-୨୪-୧୨-୨୦୧୮

ବୟସ ସୀମା- ଆଶାୟୀପ୍ରାର୍ଥୀଙ୍କର ବୟସ ୨୪-୧୧-୨୦୧୮ ଅନୁସାରେ ୧୮ରୁ ୨୭ ବର୍ଷ ବୟସ ମଧ୍ୟରେ ହୋଇଥିବା ଦରକାର ।

ଚୟନ ପ୍ରକ୍ରିୟା-ଏହି ଚାକିରି ପାଇଁ, ଡ୍ରାଇଭିଂ ଟେଷ୍ଟ ଅନୁସାରେ ଚୟନ କରାଯିବ ।

ଦରମା-୫,୨୦୦ରୁ ୨୦,୨୦୦ ଟଙ୍କା । ଏଥିସହିତ ଅନ୍ୟାନ୍ୟ ଭର୍ତ୍ତା ମଧ୍ୟ ମିଳିବ ।

ଆବେଦନ ଫିସ- ନିଃଶୁଳ୍କ

କିପରି କରିବେ ଆବେଦନ- ଆବେଦନ କରିବା ପାଇଁ ଆଶାୟୀପ୍ରାର୍ଥି ୱେବସାଇଟ୍ www.indiapost.gov.in କୁ ଯାଇ ଆବେଦନ କରିପାରିବେ ।