ମାତ୍ର ଗୋଟିଏ କ୍ଲିକରେ ହୋଇଯିବ କୌଣସି ବି ଖାତାକୁ ଟଙ୍କା ଟ୍ରାନ୍ସଫର ! ଜନତାଙ୍କ ପାଇଁ ବ୍ୟାଙ୍କ ଆରମ୍ଭ କଲା ନୂଆ ସର୍ଭିସ୍, ଜାଣନ୍ତୁ ପୂରା ପ୍ରକ୍ରିୟା

46

ଏଣିକି ମୁହୂର୍ତ୍ତକ ମଧ୍ୟରେ କରିପାରିବେ ଟଙ୍କା ଟ୍ରାନ୍ସଫର । ଭାରତର ସବୁଠାରୁ ବଡ ବ୍ୟାଙ୍କ ତଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁଣି ଏକ ନୂଆ ସେବାର ଶୁଭାରମ୍ଭ କରିଛି । ଏବେ ବ୍ୟାଙ୍କର ଗ୍ରାହକମାନେ ନିଜ ନେଟ ବ୍ୟାଙ୍କିଂରୁ ବିନା ବେନିଫିସିଆରୀ ଆଡ କରି ଟଙ୍କା ପଠାଇପାରିବେ ।

ଏସବିଆଇ ନିଜ ଗ୍ରାହକଙ୍କର ସୁବିଧା ପାଇଁ କିଛି ନା କିଛି ଯୁଗାନ୍ତକାରୀ ପଦକ୍ଷେପ ଉଠାଇଥାଏ । ଯାହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ନିଜର ଗ୍ରହକମାନଙ୍କ ପାଇଁ ନେଟ ବ୍ୟାଙ୍କିଂରୁ ବିନା ବେନିଫିସିଅରୀ ଆଡ କରି ଟଙ୍କା ପଠାଇବାର ସେବ ଆରମ୍ଭ କରିଛି । ଏସବିଆଇ ସୂଚନା ମୁତାବକ, ଯେଉଁ ଖାତାରେ ଆପଣ ଟଙ୍କା ପଠାଉଛନ୍ତି । ଯଦି ତାହା ଏସବିଆଇରେ ରହିଛି, ତେବେ ମୁହୂର୍ତ୍ତକ ମଧ୍ୟରେ ଆପଣ ଟଙ୍କା ଟ୍ରାନ୍ସଫର କରିପାରିବେ । ସେହିପରି ଯଦି ଖାତା ଅନ୍ୟ କୌଣଁସି ବ୍ୟାଙ୍କରେ ରହିଛି ତେବେ ଆପଣ ଆଇଏମପିଏସ ଏବଂ ଏନଇଏଫଟିର ବିକଳ୍ପର ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ…

ମୁହୂର୍ତ୍ତକ ମଧ୍ୟରେ ହୋଇଯିବ ସବୁ କାମ

ଯେତେବେଳେ ବି ଆପଣ କାହାକୁ ଟଙ୍କା ଟ୍ରାନ୍ସଫର କରୁଛନ୍ତି ତେବେ ସର୍ବପ୍ରଥମେ ଯେଉଁ ବ୍ୟକ୍ତିବିଶେଷଙ୍କୁ ଟଙ୍କା ପଠାଉଛନ୍ତି , ତାଙ୍କୁ ଲିଙ୍କ କରିବାକୁ ପଡିବ । ବେନିଫିସିଆରୀ ଆଡ କରିବାକୁ ଯେଉଁଠି କିଛି ବ୍ୟାଙ୍କ ଅଧାଘଂଟା ସମୟ ନେଇଥାନ୍ତି , ସେଠି କିନ୍ତୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆପଣଙ୍କୁ ବିନା ବେନିଫେରିଆରୀ ଜଡିତ ଟଙ୍କା ଟ୍ରାନ୍ସଫର କରିବାର ସୁଯୋଗ ଦେଇଥାଏ । ଏଥିପାଇଁ ବ୍ୟାଙ୍କ କ୍ଲିକ୍ ଟ୍ରାନ୍ସଫର ର ସୁବିଧା ଆରମ୍ଭ କରିଛି ।

କେତେ ଟଙ୍କା କରିପାରିବେ ଟ୍ରାନ୍ସଫର

ଏସବିଆଇ ନିଜ ଟୁଇଟର ଆକାଉଂଟରେ ଟୁଇଟ କରି ସୂଚନା ଦେଇଛି କି, ବ୍ୟାଙ୍କର ଏହି ସୁବିଧା ଜରିଆରେ ଗ୍ରାହକମାନେ ପ୍ରତିଦିନ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ରାନ୍ସଫର କରିପାରିବେ । ପ୍ରତିଟି ଟ୍ରାନ୍ସଫରରେ ଆପଣ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପଠାଇପାରିବେ ।

ନେଟ ବ୍ୟାଙ୍କିଂ ଡ୍ୟାସବୋର୍ଡରେ ମିଳିବ ନୂଆ ସୁବିଧା

ଏସବିଆଇ ମୁତାବକ, ଏହି ସୁବିଧା ଆପଣଙ୍କର ନେଟ ବ୍ୟାଙ୍କିଂର ଡ୍ୟାସବୋର୍ଡ ଉପରେ ମିଳିବ । ପ୍ରଥମେ ଏହି ସୁବିଧା ଜରିଆରେ ଆପଣ ପ୍ରତିଦିନ ମାତ୍ର ୧୦ ହଜାର ଟଙ୍କା ପଯ୍ୟନ୍ତ ଟଙ୍କା ପଠାଇପାରିବେ । ହେଲେ ଏବେ ଏହାକୁ ବୃଦ୍ଧି କରିଦିଆଯାଇ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରତିଦିନ ହିସାବରେ କରାଯାଇଛି । ଏହି ସୁବିଧାର ଅଧିକ ସୂଚନା ପାଇଁ ଆପଣ ଏସବିଆଇର ଆଧିକାରୀକ େଓବସାଇଟକୁ ଯାଇ ଜାଣିପାରିବେ । ଏଠାରେ ଆପଣଙ୍କୁ ଏହି ସୁବିଧା ପାଇଁ ଚାର୍ଜ ସମେତ ଅନ୍ୟାନ୍ୟ ସୂଚନା ମଧ୍ୟ ପାଇପାରିବେ ।