ଜାଗର ପାଇଁ ଧବଳେଶ୍ୱରରେ ସ୍ୱତନ୍ତ୍ର ପ୍ରସ୍ତୁତି: ଅସ୍ଥାୟୀ ରାସ୍ତାରେ ଯାଇ ବାବାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ 

101

କନକ ବ୍ୟୁରୋ: ରାତି ପାହିଲେ ଜାଗର । ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ମନ୍ଦିରରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି । ତେଣୁ ଶୃଂଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟାବସ୍ଥା କରାଯାଇଛି । ଏଥର ଜାଗରରେ ଝୁଲାପୋଲ କି ଡଙ୍ଗା ଯୋଗେ ନୁହେଁ ମହାନଦୀ ଭିତରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତା ଦେଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ  । ପୂଜକ ସମିତି ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇ ରାତି ସାଢ଼େ ୧୨ଟୁ ୧ଟା ମଧ୍ୟରେ ଉଠିବ ମହାଦୀପ । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନଜରରେ ରଖି ପୀଠରେ ବ୍ୟାରିକେଡ ସହ ସିସିଟିଭି ବ୍ୟବସ୍ଥା କରାଯିବ । ସେହିପରି ଭଦ୍ରକ ଆରଡ଼ି ଆଖଣ୍ଡଳମଣି ପୀଠରେ ଜାଗର ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଭୋର ୪ଟାରୁ ମନ୍ଦିର ଦ୍ୱାର ଫିଟା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ସରିବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯିବ । ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି ପ୍ରଶାସନ ।