ଆଶ୍ଚର୍ଯ୍ୟ ଘଟଣା : ବ୍ୟକ୍ତିଙ୍କ ପେଟରେ ଥିଲା ୧୧ହଜାର ୮୧୬ଟି ଛୋଟ ପଥର

54

200252900-001ଜଣେ ବ୍ୟକ୍ତିଙ୍କ ପେଟରେ ଥିଲା ୧୧ହଜାର୮୧୬ଟି ଛୋଟ ଛୋଟ ପଥର । ଏହା ଜାଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ଏହା ସତ । ମଥୁରା , ବକଳପୁରର ବ୍ୟବସାୟୀ ୪୬ ବର୍ଷୀୟ ବିନୋଦ ଶର୍ମାଙ୍କ ପିତାଶୟରେ ଅନେକ ଦିନ ଧରି ଭରି ରହିଥିଲା ପିତ୍ତ ପଥର । ସୱାଇ ମ୍ୟାନ ସିଂହ ହସ୍ପିଟାଲର ଡାକ୍ତରମାନେ ଅପରେନ କରି ବିନୋଦ ଶର୍ମାଙ୍କ ପେଟରୁ ୧୧ ହଜାର ୮୧୬ଟି ଛୋଟ ପଥର ବାହାର କରିଥିଲେ । ଯାହା ଖୁବ୍ ଆଶ୍ଚର୍ଯ୍ୟକର ଥିଲା ।

ଡାକ୍ତରଙ୍କ କହିବାନୁସାରେ ଏତେ ପରିମାଣର ପଥରକୁ ଗଣିବା ପାଇଁ ସେମାନଙ୍କୁ ତିନିଦିନ ଲାଗିଯାଇଥିଲା । ବିନୋଦଙ୍କ ଗଲବ୍ଲାଡରଟି ସାଧାରଣ ଗଲବ୍ଲାଡର ଠାରୁ ଆକାରରେ ଦୁଇଗୁଣା ହୋଇଯାଇଥିଲା । ଗଲବ୍ଲାଡରରେ ଏତେ ପରିମାଣର ପଥର ଥିବା ପ୍ରଥମେ ସିଟି ସ୍କାନରୁ କିଛି ଜଣାପଡିନଥିଲା । ହେଲେ ଯେତେବେଳେ ପେଟରେ ସର୍ଜରୀ ଆରମ୍ଭ କରିଥିଲେ ପଥର ଥିବା ଜଣାପଡିଥିଲା ବୋଲି କହିଛନ୍ତି ସୱାଇ ମ୍ୟାନ ସିଂହ ହସ୍ପିଟାଲର ଡାକ୍ତର । ଗମ୍ଭୀର ଅବସ୍ଥାରେ ନଭେମ୍ବର ୧୭ରେ ସୱାଇ ମ୍ୟାନ ସିଂହ ହସ୍ପିଟାଲରରେ ଭର୍ତ୍ତି ହୋଇଥିଲେ ବିନୋଦ ଶର୍ମା । ତାଙ୍କର ସୁଗାର ଲେବଲ ଏତେ ଅଧିକ ଥିଲା ଯେ ପ୍ରଥମ ୭ଦିନ କରି ଡାକ୍ତରମାନେ କିଛି କରିପାରିନଥିଲେ ।

ନଭେମ୍ବର ୨୩ରେ ଲାପାରୋସ୍କୋପିକ ପଦ୍ଧତିରେ ଡାକ୍ତରମାନେ ରୋଗୀଙ୍କୁ ଆୟତ୍ତ କରିଥିଲେ । ଡାକ୍ତରଙ୍କ କହିବାନୁସାରେ ଏହି ରୋଗଟି ସେତେ ଜଟିଳ ନଥିଲେ ବି ରିକ୍ସ ଥିଲା । ରୋଗୀର ଗଲବ୍ଲାଡରରେ ୧୧,୮୧୬ଟିଛୋଟ ପଥର ଥିଲା । ଯାହା ଜଣ୍ଡିସ ରୋଗକୁ ଆକ୍ରାନ୍ତ ହୋଇଥାନ୍ତା ।