ଇତିହାସରେ ଫିଲ୍ମ ପଛର କଥା : ବାହୁବଳୀ ନୁହେଁ ସହସ୍ରବାହୁ ଥିଲେ ‘ମହିଷ୍ମତି’ର ରାଜା

134

mahismati--1ଫିଲ୍ମ ‘ବାହୁବଳୀ’ ଏବେ ଖୁବ୍ ଧମାଲ କରୁଛି । ବକ୍ସଅଫିସରେ ସୃଷ୍ଟି କରିଛି ନୂଆ କିର୍ତ୍ତୀମାନ । କିନ୍ତୁ ଏହି ଫିଲ୍ମର କାହାଣୀ ଓ ସହରର ନାଁ ମହିଷ୍ମତି ଓ ବାହୁବଳୀର ଚରିତ୍ର ପୈାରାଣିକ କାହାଣୀରେ ମେଳ ଖାଉଛି । ଏହା ମଧ୍ୟ ବାହୁବଳୀ-୨ ର ସ୍କ୍ରିପ୍ଟ ଲେଖକ କେବି ବିଜୟେନ୍ଦ୍ର ସ୍ୱୀକାର କରିଛନ୍ତି ।

ଯଦି ଆମେ ତ୍ରେତୟା ଯୁଗ ଓ ଦ୍ୱାପର ଯୁଗ କଥା ଆଲୋଚନା କରିବା ତ ସେ ସମୟର ପୈାରାଣିକ କାହାଣୀଗୁଡିକରେ ଚାରିଜଣ ବଳଶାଳୀ ଚରିତ୍ର ଥିଲେ । ସେମାନଙ୍କର କାର୍ଯ୍ୟ ଯଦି ବା ନକରାତ୍ମକ ଥିଲା ,କିନ୍ତୁ ନିଜର ବାହୁବଳରେ ସେମାନେ ସେ ସମୟର ଯୋଦ୍ଧାଙ୍କ ପାଇଁ ଚିନ୍ତାର କାରଣ ଥିଲେ ।

ତ୍ରେତୟା ଯୁଗରେ ପ୍ରଥମ ବାହୁବଳୀ ଥିଲେ ‘ସହସ୍ରବାହୁ’ । ସହସ୍ରବାହୁ , ମୂଳନାମ କାର୍ତବୀର୍ଯ୍ୟ ଅର୍ଜୁନ । ଯାହାଙ୍କୁ ସହସ୍ରାର୍ଜୁନ ନାମରେ ମଧ୍ୟ ସମ୍ବୋଧିତ କରାଯାଉଥିଲା । ପୁରାଣରେ ବର୍ଣ୍ଣିତ କାହାଣୀ ଅନୁସାରେ ଏକ ସମୟ ଥିଲା ,ଯେତେବେଳେ ବିଶ୍ୱବିଜୟ ଅଭିଯାନରେ ରାବଣ ମହିଷ୍ମତି ନାମକ ରାଜ୍ୟରେ ପହଁଚିଥିଲା । ସେତେବେଳେ ତାହା ସହସ୍ରାର୍ଜୁନର ରାଜ୍ୟ ଥିଲା ।