ମୁଖ୍ୟମନ୍ତ୍ରୀ ନିଖୋଜ ! ଜାଗା ଜାଗାରେ ଲାଗିଲା ପୋଷ୍ଟର

23

ସର୍ବପ୍ରଥମେ ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହୁଁଚୁ କି , ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କେନ୍ଦ୍ର କରି ଦିଲ୍ଲୀର ସ୍ଥାନେ ସ୍ଥାନେ ଏହି ପୋଷ୍ଟାର ଲଗାଯାଇଛି । ସୂଚନା ମୁତାବକ, ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ଜନଲୋକପାଳ ପ୍ରସଙ୍ଗ ଉପରେ ଜୋରଦାର ହଙ୍ଗାମା ହୋଇଥିଲା । ଯେଉଁଠି ବିପକ୍ଷ ଦଳ ଆମ ଆଦମୀ ପାର୍ଟି ସରକାର ଉପରେ ଜୋରଦାର ଆକ୍ରମଣ କରିଥିଲେ ଆଉ ଏହି ସମୟରେ ଶାସକ ଦଳ ପାଖରେ ସଫେଇ ଦେବାକୁ କିଛି ବି ପ୍ରସଙ୍ଗ ନଥିଲା । ଯାହାକୁ ଭିର୍ତ୍ତି କରି ଦିଲ୍ଲୀର ବିଭିନ୍ନ ଗଳି କନ୍ଦିରେ ଜନଲୋକପାଳକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାର୍ଟି ସହିତ ପୋଷ୍ଟର ଲଗାଯାଇଛି ।ଏହି ପୋଷ୍ଟରେ ଆପ ସରକାରକୁ କଟାକ୍ଷ କରାଯାଇ ପଚରା ଯାଇଛି କି, “କେଜ୍ରିୱାଲଙ୍କ ଜନଲୋକପାଳ ବିଲ ହଜିଗଲା କୁଆଡେ… ମିଳିଗଲେ କ୍ରାନ୍ତିକାରୀ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପହଂଚାଇ ଦିଅନ୍ତୁ”ା

ସୂଚନା ମୁତାବକ, ଜନଲୋକପାଳ ପ୍ରସଙ୍ଗ ଉପରେ ଅକାଳୀ ଦଳ ବିଧାୟକ ମନଜିନ୍ଦର ସିଂହ ସିରସା ଅରବିନ୍ଦ କେଜରିୱାଲଙ୍କ ପୋଷ୍ଟର ଜାରି କରି ଦିଲ୍ଲୀ ସରକାରକୁ ଟାର୍ଗେଟ କରିଥିଲେ । ପୋଷ୍ଟରରେ ଜନଲୋକପାଳ ବିଲର ଫାଇଲ ମିସିଂ ହେବା ନେଇ ପ୍ରସଙ୍ଗରେ କୁହାଯାଇଥିଲା । ତେବେ ଏହି ପୋଷ୍ଟରର ଉପରି ଭାଗରେ ବଡ ବଡ ଅକ୍ଷରରେ ଲେଖାଯାଇଥିଲା କି “ମୁଖ୍ୟମନ୍ତ୍ରୀ ନିଖୋଜ” ।

ପୋଷ୍ଟରରେ କଟାକ୍ଷ କରିବା ଅନ୍ଦାଜରେ ଆହୁରୀ ମଧ୍ୟ ଲେଖାଯାଇଛି କି, “ଯଦି କେହି ଏହି ଜନଲୋକପାଳ ପାଇଯାଆନ୍ତି , ତେବେ ବିଧାନସଭା ଠିକଣାରେ ଆଦୌ ପଠାନ୍ତୁ ନାହିଁ କାରଣ ମୁଖ୍ୟମନ୍ତ୍ରୀ ମହୋଦୟ ଏବେ ଆଉ ବିଧାନସଭା ଆସୁନାହାଁନ୍ତି ।” ପୋଷ୍ଟର ମୁତାବକ, ଅକାଳୀ ବିଧାୟକ କହିଛନ୍ତି କି, ଯେଉଁ ପ୍ରସଙ୍ଗକୁ ଆଧାର କରି କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନ୍ନୋନିତ କରାଯାଇଥିଲା ,ଏବେ ସେହି ଜନଲୋକପାଳ ବିଲକୁ କେଜ୍ରିୱାଲ ସରକାର କେଉଁଆଡେ ହଜାଇ ଦେଇଛନ୍ତି, ଯେଉଁଥିପାଇଁ ଏହି ପୋଷ୍ଟ ଜାରି କରାଯାଇଛି ।