କନକ ବ୍ୟୁରୋ : ମଶାରୀ ଭିତରେ ଡାକ୍ତର, ବାହାରେ ରୋଗୀ । ଡିମ୍ ଲାଇଟରେ ଯେତେବେଳେ ଡାକ୍ତରବାବୁ ଡାକ୍ତରଖାନାରେ ବିଶ୍ରାମ ନିଅନ୍ତି, ଆଉ ବାଧ୍ୟ ହୋଇ ରୋଗୀ ଦେଖିବାକୁ ପଡେ । ରୋଗୀ ସଂପର୍କୀୟଙ୍କ ମୋବାଇଲ ଆଲୁଅରେ ପ୍ରେସିକ୍ରିପସନ୍ ଲେଖନ୍ତି । ରୋଗୀ ଦେଖୁଛନ୍ତି, ଔଷଧ ବି ଲେଖୁଛନ୍ତି ହେଲେ ମଶାରୀ ଭିତରକୁ ବାହାରୁ ନାହାନ୍ତି । ଏଭଳି ରୋଗୀ ସେବା ଚାଲିଛି ବାଲେଶ୍ୱର ଜିଲ୍ଲା ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ମସାରୀ ଭିତରେ ରହି ଚିକିତ୍ସା କରୁଥିବା ଡାକ୍ତର ହେଉଛନ୍ତି ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ ଶିଶୁ ରୋଗ ବିଶେଷଜ୍ଞ ବ୍ରକ କିଶୋର ସ୍ୱାଇଁ । ଡାକ୍ତରବାବୁ ଦିନରେ ଡ୍ୟୁଟି କରନ୍ତି ନାହିଁ । କାରଣ ବାବୁ ଘରୋଇ କ୍ଲିନିକରେ ଚିକିତ୍ସା କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହଠାତ୍ ରୋଗୀ ପହଂଚି ଡାକ୍ତରଙ୍କୁ ଡାକିବା ପରେ ସେ ନିଦରୁ ଉଠିଛନ୍ତି ହେଲେ ମଶାରୀ ବାହାରକୁ ଆସୁନାହାନ୍ତି । ନିଦ ମଳମଳ ହୋଇ ମେଡିସିନି ଲେଖୁଛନ୍ତି, ଯେଉଁଥିରେ କିଛି ତ୍ରୁଟି ହେବାର ସମ୍ଭାବନା ରହିଛି ।