ଓସାମା ବିନ ଲାଦେନ ଏବେ ବି ଜୀବିତ ! ଆଧାର କାର୍ଡ ତିଆରି ପାଇଁ ରାଜସ୍ଥାନରୁ ହୋଇଛି ଆବେଦନ

71

ଜୀବିତ ଅଛି କୁଖ୍ୟାତ ଆତଙ୍କବାଦୀ ଓସାମା ବିନ ଲାଦେନ । ନିଜର ଆଧାର କାର୍ଡ ତିଆରି ପାଇଁ ରାଜସ୍ଥାନରୁ ଆଦେବନ କରିଛି । ସୂଚନା ଅନୁସାରେ ରାଜସ୍ଥାନର ଭୀଲୱାଡାର ମଣ୍ଡଲ କସ୍ୱେର ରହୁଥିବା ଜଣେ ବ୍ୟକ୍ତି ଯାହାର ନାମ ସଦ୍ଦାମ ମସୁରୀ ପେଶାରେ ଜଣେ କମ୍ପ୍ୟୁଟର ଅପରେଟର । ମସୁରୀ ଆଧାର ଏନରୋଲମେଣ୍ଟ କେନ୍ଦ୍ର ଚଳାଉଛି । ଏହି ବ୍ୟକ୍ତି ଜଣକ ଅଲକାଏଦାର ପୂର୍ବତନ ପ୍ରମୁଖ ଓସାମା ବିନ ଲାଡେନ ନାମରେ ଆଧାର କାର୍ଡ ତିଆରି ପାଇଁ ଏକ ଫର୍ମ ଭରିଛନ୍ତି ।

ଏହାସହ ସେ ଏହି ଫର୍ମରେ ଲାଦେନଙ୍କର ଏକ ଫଟୋ ମଧ୍ୟ ଲଗାଇ ଏଥିରେ ଠିକଣାରେ ଦେଇଛନ୍ତି ରାଜସ୍ଥାନର ଭୀଲବାଡା । ସେ ଦେଇଥିବା ଓସାମାଙ୍କ ପଟୋ ଫର୍ମରେ ଅସ୍ପଷ୍ଟ ଦେଖା ଯାଉଛି । କିନ୍ତୁ ଏହି ଫର୍ମର ଚିହ୍ନଟ ପାଇଁ ପ୍ରସ୍ତୁତ କରାଯାଇଥିବା ଆଙ୍ଗୁଳି ଛାପ ଓ ଅନ୍ୟାନ୍ୟ କୌଣସି ପ୍ରମାଣ ଦିଆ ଯାଇ ନାହିଁ । ଯେତେବେଳେ ଏହି ଫର୍ମ ଯାଞ୍ଚ ପାଇଁ ଅଧକାରୀଙ୍କ ପାଖେରେ ପହଞ୍ଚିଲା, ଫର୍ମରେ ସବିଶେଷ ସୂଚନା ନଥିଲା ।

ତେଣୁ ସେମାନେ ଫର୍ମରେ ଗଡବଡ ଥିବାର ଆଶଙ୍କା କରି ଫର୍ମ ଯାଞ୍ଚ କରିଥିଲେ ଏବଂ ସବୁ ଘଟଣା ସାମ୍ନାକୁ ଆସିଥିଲା । ଅଧିକାରୀ ଜଣକ ତୁରନ୍ତ ଏନେଇ ଯାଞ୍ଚ ଅଧକାରୀଙ୍କୁ ସୂଚନା ଦେଇଥିଲେ । ସୂଚନା ମିଳବା ପରେ ତୁରନ୍ତ ପୋଲିସ ମନସୁରୀକୁୁ ନିଜ କବଜାରେ ନେଇ ଏବେ ପଚାରାଉଚରା ଜାରି ରଖିଛି । ଏବେ ପୋଲିସ ହାଜତରେ ମସୁରୀ । କିନ୍ତୁ ଏ ଘଟଣା ସହ ମୋର କୌଣସି ସମ୍ପର୍କ ନାହିଁ ବୋଲି ପ୍ରକାଶ କରିଛି ମସୁରୀ ।

ଅଧିଳାରୀଙ୍କ କହିବା ଅନୁୁସାରେ ଯେେତେବେଳ ଗ୍ରାହକ ଫର୍ମ ପାଇଁ ଆବେଦନ କରିଥିଲେ ସେସବୁ କେବଳ ମସୁରୀ ତତ୍ୱାବଧାନରେ ଅପଲୋଡ କରାଯାଇ ପାରିବ । ତେବେ ସେ ନିର୍ଦ୍ଦୋଶ କିପରି ହୋଇପାରିବ । ଲାଦେନ ନାମରେ ଆଧାର କାର୍ଡ କେଉଁ କାରଣ ପାଇଁ ତଆରି ହେଉଛି ସେ ନେଇ ପୁଲିସ ଖୋଳତାଡ ଆରମ୍ଭ କରି ଦେଇଛି ।

                                                          ସୌଜନ୍ୟ-ଦୈନିକ ଜାଗରଣ