ଶକ୍ତି ପୀଠରେ ଆରମ୍ଭ ହେଲା ଶାରଦୀୟ ପାର୍ବଣ ପୂଜା: ଝଙ୍କଡ ମା ଶାରଳା ପୀଠରେ ଶୋଡଷ ଉପଚାର ପୂଜା ଆରମ୍ଭ 

59

କନକ ବ୍ୟୁରୋ: ଶକ୍ତି ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପୂଜା । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ଯାଏଁ ଶୋଡଷ ଉପଚାରରେ ଶକ୍ତି ପୀଠରେ ଦେବୀଙ୍କ ପୂଜାର୍ଚ୍ଚନା କରାଯାଏ । ଏହି ଅବସରରେ ଆଜି ଠାରୁ ଜଗତସିଂହପୁର ଝଙ୍କଡ ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳାଙ୍କ ପୀଠ ଓ ପୁରୀ ଜିଲ୍ଲା କାକଟପୁରରେ ମାଆ ମଙ୍ଗଳାଙ୍କ ମନ୍ଦିରରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇଛି । ଆଜି ସକାଳୁ ମାଆଙ୍କ ମଧୁମାର୍ଜମା. ସକାଳ ଧୂପ ଓ ସୂର୍ଯ୍ୟ ପୂଜା ପରେ ଦଶରହା ଘଟ ସ୍ଥାପନ କରାଯାଇଛି ।  ୧୬ ଦିନ ଧରି ଶକ୍ତି ପୀଠରେ ସ୍ୱତନ୍ତ୍ର ପୂଜା କରାଯିବ । ପ୍ରତିଦିନ ଯଜ୍ଞାହୁତି, ଚଣ୍ଡିପାଠ କରାଯିବ । ତେବେ କରୋନା ଯୋଗୁଁ ୨ ବର୍ଷ ଧରି ଶ୍ରଦ୍ଧାଳୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ତେବେ କରୋନା କଟକଣା କୋହଳ ହୋଇଥିବାରୁ ଚଳିତ ବର୍ଷ ମାଆଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଛି ।