ସ୍ମାର୍ଟ ସିଟି ଭୁବନେଶ୍ୱରରେ ସେକ୍ସର ସ୍ମାର୍ଟ ଫର୍ମୁଲା

81

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସ୍ମାର୍ଟ ସିଟି ଭୁବନେଶ୍ୱରରେ ସ୍ମାର୍ଟ ସେକ୍ସ । ଏଥର ସେକ୍ସର ଫଣ୍ଡା ଅଲଗା । ବଦଳିଛି ଦେହ ବେପାରର ଟ୍ରେଣ୍ଡ । ମସାଜ ସେଂଟର କି ସ୍ପା ନୁହେଁ । କାରରେ ଅବାଧ ସେକ୍ସ ରାକେଟ । ପୁରା ଫିଲ୍ମ ଷ୍ଟାଇଲରେ ଚାଲିଛି ବେଧଡକ ସେକ୍ସ । ଏଭଳି ଏକ ରାକେଟକୁ ଧରିଛି କମିଶନରେଟ୍ ପୁଲିସ ।

ନୂଆପଲ୍ଲୀ ପୁଲିସ ଗତ କାଲି ସିଆରପି ଛକ ନିକଟରୁ ଏକ କାର ଭିତରୁ ୪ଜଣ ଦେହଜୀବିଙ୍କୁ ଗିରଫ କରିବାପରେ ଜଣାପଡିଛି ଦେହ ବେପାରର ଏହି ନୂଆ ଟ୍ରେଣ୍ଡ । ଏହି ରାକେଟ ଚଳାଉଥିବା କିଙ୍ଗପିନ ସାଲିଆ ସାହି ଅଂଚଳର ଜଣେ ମହିଳା ଓ ଜଣେ ଯୁବକକୁ ମଧ୍ୟ ଗିରଫ କରିଛି କମିଶନରେଟ ରାକେଟ ।

ପୁଲିସ ଆଖିରୁ ବଚିଂବା ପାଇଁ ଏହି ନୂଆ ଫର୍ମୁଲାକୁ ଏବେ ବହୁଳ ଭାବରେ ବ୍ୟବହାର କରାଯାଉଥିବା ରାକେଟକୁ ସୂଚନା ମିଳିଛି । ତଥ୍ୟ ଅନୁସାରେ ଏହି ବୁଲା ଦେହ ବିକାଳୀ ମାନଙ୍କର ବେଶୀ ମାତ୍ରାରେ ଗ୍ରାହକ ସାଜୁଛନ୍ତି କଲେଜ ଛାତ୍ର ମାନେ । ହୋଟେଲ ପାଇଁ ପଇସା ଖର୍ଚ୍ଚ କରିବାର ଚିନ୍ତା ନାହିଁ କି ପାର୍ଲରକୁ ଯାଇ ରାକେଟ ହାତରେ ଧରା ପଡିବାର ଭୟ ମଧ୍ୟ ନାହିଁ । ତେଣୁ ହଜାରେ ରୁ ଦେଢ ହଜାର ଟଙ୍କା ବଦଳରେ ମିଳୁଥିବା ଏହି ଅୟେଶର ତରିକାର ଚାହିଦା ମଧ୍ୟ ବଢିବାରେ ଲାଗିଛି ।

ଲଜ୍, ସାଇବର କାଫେ, ପାର୍କ, ପାର୍ଲର ପରେ ଏବେ କାର ସେକ୍ସ ପାଲଟିଛି ଯୌନ କ୍ଷୁଧା ମେଂଟାଇବାର ପ୍ରମୁଖ ମାଧ୍ୟମ । ରାଜଧାନୀର କାୟା ଧିରେ ଧିରେ ବଢିବା ସହ ଏହା ସହ ତାଳ ମିଶାଇ ବଢିବାରେ ଲାଗିଛି ଦେହ ବ୍ୟବସାୟର କଳା କାରବାର । ପୁଲିସ ମଧ୍ୟ ଏହି ବେପାର ଉପରେ ରୋକ ଲଗାଇବା ପାଇଁ ଅଂଟା ଭିଡିଛି । ହେଲେ ଦେହ ଦଲାଲ ମାନଙ୍କର ଏହି ନୂଆ ଟ୍ରେଣ୍ଡକୁ ଠାବ କରିବା ଏବେ ପୁଲିସ ପାଇଁ ଏକ ନୂଆ ଚ୍ୟାଲେଂଜ ହେଇ ଦେଖା ଦେଇଛି।