କେମିତି ହୋଇଥିଲା ଜୀବନର ଉତ୍ପତି, ଗଭୀର ସମୁଦ୍ର ଭିତରେ ଜୀବନ ସତ୍ତା ଖୋଜିବେ ବୈଜ୍ଞାନିକ

72

କନକ ବ୍ୟୁରୋ :  ପୃଥିବୀରେ କେମିତି ଆରମ୍ଭ ହୋଇଥିଲା ଜୀବନ ସତ୍ତା, ଏହାର ରହସ୍ୟ ଖୋଜିବାକୁ ଅଣ୍ଟା ଭିଡିଛନ୍ତି ବୈଜ୍ଞାନିକ । ଏହି କ୍ରମରେ ଏବେ ଗଭୀର ସମୁଦ୍ରରେ ଅନୁସନ୍ଧାନ କରିବେ ବୈଜ୍ଞାନିକ । ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ,ରବିଚନ୍ଦ୍ରନଙ୍କ ମୁତାବକ ‘ଗଭୀର ସମୁଦ୍ର ଅଭିଯାନ’ (ଡିଓଏମ) କ୍ରମରେ ସମୁଦ୍ରର ୬ ହଜାର ମିଟର ଗଭୀର ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଯାଇ ଜୀବନର ଉତ୍ପତି ନେଇ ସଂନ୍ଧାନ କରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ୪,୦୭୭ କୋଟି ଟଙ୍କା ବିନିମୟରେ ଏହି ଅଭିଯାନରେ ବୈଜ୍ଞାନିକମାନେ ସମୁଦ୍ରର ୫ ହଜାର ମିଟର ଗଭୀର ପର୍ଯ୍ୟନ୍ତ କିଛି ଉପକରଣର ପରୀକ୍ଷା କରିବେ । ଏହାପରେ ମହାସାଗରର ୬ ହଜାର ଗଭୀର ପର୍ଯ୍ୟନ୍ତ ଯିବେ ବୋଲି ଏମ୍ ରାମଚନ୍ଦ୍ରନ କହିଛନ୍ତି ।

ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ ରବିଚନ୍ଦ୍ରନ କହିଛନ୍ତି କି, ଏବେ ବି ଜୀବନର ଉତ୍ପତି ନେଇ ବିଜ୍ଞାନରେ କିଛି ତଥ୍ୟ ରହିଛି । ଏହି ତଥ୍ୟ ମୁତାବକ ମହାସାଗରର ୪ ରୁ ୫ କିଲୋମିଟର ତଳେ ଥିବା ହାଇଡ୍ରୋ ଥର୍ମାଲ ବେଣ୍ଟରୁ ଜୀବନର ଉତ୍ପତି ହୋଇଥିଲା । ରବିଚନ୍ଦ୍ରନଙ୍କ କହିବା ମୁତାବକ ସମୁଦ୍ରର ୪/୫ କିଲୋମିଟର ତଳେ ସମ୍ପୂର୍ଣ୍ଣ ଅନ୍ଧକାର ଛାଇ ହୋଇ ରହିଛ ିା ହେଲେ ସେଠାରେ ଜୀବନ ଥିବା କଥା ରବିଚନ୍ଦ୍ରନ କହିଛନ୍ତି । ଏତେ ଗଭୀର ଓ ଅନ୍ଧାର ଭିତରେ କିଭଳି ଜୀବନର ଉତ୍ପତି ହୋଇପାରୁଛି , ସେଠାରେ କେଉଁ ଜୀବ କିଭଳି ବଞ୍ଚିପାରୁଛି ଏହାର ସନ୍ଧାନ କରିବାକୁ ବୈଜ୍ଞାନିକମାନେ ଗଭୀର ସମୁଦ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ।

ରବିଚନ୍ଦ୍ରନ କହିଛନ୍ତି କି ଏତେ ଗଭୀର ସମୁଦ୍ରକୁ ଯିବା ପାଇଁ ଯେଉଁ ମତ୍ସ୍ୟ ୬୦୦୦ ସବମର୍ସିବଲ ବାହାନର ଆବଶ୍ୟକତା ରହିଛି ତାହା ୨୦୨୪ ସୁଦ୍ଧା ପ୍ରସ୍ତୁତ ହୋଇଯିବ । ଏହି ବାହାନ ୩ ଜଣ ଲୋକଙ୍କୁ ସମୁଦ୍ରର ୬ ହଜାର ମିଟର ଗଭୀର ତଳକୁ ନେଇଯିବାକୁ ସକ୍ଷମ ହେବ । ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ‘ଡିପ ଓସନ ମିଶନ’ ପରିଯୋଜନାରେ ମତ୍ସ୍ୟ ୬୦୦୦ ବାହାନକୁ ଏନଆଇଓଟି ଦ୍ୱାରା ବିକଶିତ କରାଯାଉଛି ।