ଆଜି ଦେଶ ପାଳୁଛି ସର୍ଦ୍ଦାର ପଟେଲଙ୍କ ଜନ୍ମଜୟନ୍ତୀ । ଗୁଜୁରାଟ ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ଲୌହମାନବଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ।

184

କନକ ବ୍ୟୁରୋ : ଆଜି ୩୧ ଅକ୍ଟୋବର । ଲୌହପୁରୁଷ ସର୍ଦ୍ଦାର ପଟେଲଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ସାରା ଦେଶ ମନେପକାଉଛି ସର୍ଦ୍ଦାର ପଟେଲଙ୍କୁ । ସର୍ଦ୍ଦାର ପଟେଲଙ୍କ ଏହି ଜନ୍ମ ତିଥିକୁ ଜାତୀୟ ଏକତା ଦିବସ ଭାବେ ପାଳନ କରୁଛି ଦେଶ । ଗତବର୍ଷ ଜାତୀୟ ଏକତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟରେ ଉନ୍ମୋଚନ କରିଥିଲେ ସର୍ଦ୍ଦାର ପଟେଲଙ୍କ ୧୮୨ ମିଟର ଉଚ୍ଚତାର ବିଶାଳ ପ୍ରତିମୂର୍ତି । ଏହାକୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ବୋଲି କୁହାଯାଉଛି ।

ପ୍ରଧାନମନ୍ତ୍ରୀ ମୋଦି ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଆଜି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅପରାହ୍ନରେ ବି ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଓ ନେତା ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।