ବାବାଙ୍କ ବଦନାମୀକୁ ପୁରିଲା ବର୍ଷେ : ମିଳୁନି ବେଲ୍ ,ଜେଲରେ ସଢୁଛନ୍ତି ସାରଥୀ

29

କେନ୍ଦ୍ରାପଡା : ୨୦୧୫ ଅଗଷ୍ଟ । ବାବା ସାରଥୀ ଜଣେ ଯୁବତୀଙ୍କୁ ନେଇ ହାଇଦ୍ରାବାଦର ଏକ ହୋଟେଲରେ ରୋମାନ୍ସ କରୁଛନ୍ତି । ଏ ଖବର ଗଣମାଧ୍ୟମରେ ପ୍ରସାରିତ ହେବା କେନ୍ଦ୍ରାପଡାରେ ଜଳିଲା ଅସନ୍ତୋଷର ନିଆଁ । ୭ ଅଗଷ୍ଟ -୨୦୧୫ । ରାତି ଅଧିଆ କ୍ରାଇମବ୍ରାଂଚ ପଶିଲା ବାରିମୂଳରେ । ଉଠାଇ ଆଣିଲା ଭଣ୍ଡବାବାଙ୍କୁ । କେନ୍ଦ୍ରାପଡାରୁ କଟକ । ରିମାଣ୍ଡ ପରେ ରିମାଣ୍ଡ । ଜେରା ପରେ ଜେରା । ଖୋଲିଲା ଅଧ୍ୟାତ୍ମିକ ଗୁରୁଙ୍କ ଅସଲି ମୁଖା ତିନି ତିନି ଜଣ ମହିଳା ବାବାଙ୍କ ବିରୋଧରେ ଆଣିଲେ ଅସାଦାଚରଣ ଅଭିଯୋଗ । ଆଇନ୍ ଜାଲରେ ଛନ୍ଦି ହୋଇ , ବାବା ପାଲଟିଗରେ ଖଳନାୟକ ବାବା ।

ୟା ଭିତରେ ବର୍ଷଟିଏ ବିତି ଯାଇଛି । ଚୈାଦ୍ୱାରର ଚାରିକାନ୍ଥ ଭିତରୁ ଆଉ ଦେଖାଯାଉନି କେନ୍ଦ୍ରାପଡାର ବାରିମୂଳ ଆଶ୍ରମ । କେବେ କେମିତି କୋର୍ଟ ଆସିଲେ ସାରଥୀ ବାବାଙ୍କ ଚେହେରା ଦେଖୁଛନ୍ତି ଲୋକେ । ସେପଟେ ୨ ସେକ୍ସନ୍ ପୁଲିସ ଜଗି ରହିଛନ୍ତି ଆଶ୍ରମକୁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା , କିଛି ଭକ୍ତଙ୍କ ହୃଦୟରେ ଏବେ ବି ସାରଥୀ ସତେଜ ଅଛନ୍ତି । ଅନ୍ୟପଟେ ବର୍ଷଟିଏ ପରେ ବି ବାବାଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଛି ।

ପୁଅ ସତ୍ୟମ୍ ଓ କିଛି ଅନୁଗତଙ୍କୁ ବେଲ୍ ମିଳିଛି । ହେଲେ ବାରମ୍ବାର ବେଲ୍ ଆବେଦନ ପରେ ବି ଜେଲରେ ଅଛନ୍ତି ସାରଥୀ । ସେପଟେ କ୍ରାଇମବ୍ରାଂଚର ଅନୁସନ୍ଧାନ ଏବେ ବି ଜାରି ରହିଛି । ହେଲେ କଳାକାରନାମା ଖୋଜାରେ ଯବନିକା ପଡି ପାରୁନାହିଁ । ତେଣୁ ବର୍ଷଟିଏ ପରେ ବି ଚାର୍ଜସିଟ୍ ଦାଖଲ ହୋଇପାରୁନାହିଁ । ସେପଟେ ସାରଥୀଙ୍କ ଓକିଲ ଆଶାବାଦୀ , ଖୁବ୍ ଶୀଘ୍ର ବାବାଙ୍କୁ ମିଳିଯିବ ବେଲ୍ ।

ତେବେ ସାରଥୀ ଗିରଫ ହେବା ପରେ ରାଜ୍ୟରେ ଭଣ୍ଡ ବାବାଙ୍କ ଯୁଗ ଶେଷ କରିବାକୁ ଆରମ୍ଭ ହୋଇଥିଲା ଅଭିଯାନ । ଜଣେ ପରେ ଜଣେ ବାବାଙ୍କ କଳାକାରନାମାର କଥା ଗଣମାଧ୍ୟମର ହେଡଲାଇନ୍ସ ହୋଇଥିଲା । ଆଉ ଜଳିଥିଲା ଜନଅସନ୍ତୋଷର ନିଆଁ ।