ଭୁବନେଶ୍ୱର ରେଳ ଷ୍ଟେସନରେ ଶରଣ ମାଗୁଛନ୍ତି ରୁଷ୍ ନାଗରିକ: ହାତରେ ପ୍ଲାକାର୍ଡ ଧରି ସାହାଯ୍ୟ ଲୋଡୁଛନ୍ତି ଆଣ୍ଡ୍ରୁ ନାମକ ବ୍ୟକ୍ତି

138

କନକ ବ୍ୟୁରୋ: ରାୟଗଡାରେ ରୁଷ ସାଂସଦ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଥିବାବେଳେ, ଭୁବନେଶ୍ୱର ରେଳ ଷ୍ଟେସନରେ ଜଣେ ରୁଷ୍ୀୟ ନାଗରୀକ ସାହାଯ୍ୟ ମାଗୁଥିବା ଦେଖିବାକୁ ମିଳଛି । ସେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ନୀତିକୁ ବିରୋଧ କରୁଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସାହାଯ୍ୟ ମାଗୁଛନ୍ତି ।

ରୁଷ୍ ନାଗରୀକ ଆଣ୍ଡୁ । ଭୁବନେଶ୍ୱର ରେଳ ଷ୍ଟେସନ୍ରେ ହାତରେ ପ୍ଲାକାର୍ଡ ଧରି ଏମିତି ସାହାଯ୍ୟ ମାଗୁଛନ୍ତି । ଗତ କିଛି ଦିନ ହେବ ଆଣ୍ଡୁ ଏହି ଗୋଟିଏ ଜାଗାରେ ଛିଡା ହୋଇ ସାହାଯ୍ୟ ମାଗୁଛନ୍ତି । ସେ ଧରିଥିବା ପ୍ଲାକାର୍ଡ ଉପରେ ନଜର ପକାନ୍ତୁ , ଯେଉଁଥିରେ ଲେଖାଯାଇଛି,
ମୁଁ ରୁଷିଆ ରିଫ୍ୟୁଜି
ମୁଁ ଯୁଦ୍ଧକୁ ବିରୋଧ କରୁଛି
ମୁଁ ପୁଟିନକୁ ବିରୋଧ କରେ
ମୋର ଘର ନାହିଁ, ମତେ ସାହାଯ୍ୟ କର

ପ୍ରତିଦିନ ଏହି ବାଟ ଦେଇ ହଜାର ହଜାର ଯାତ୍ରୀ ଷ୍ଟେସନକୁ ଯାଆସ କରନ୍ତି । କିନ୍ତୁ କେହି ତାଙ୍କୁ ନଜର ଦିଅନ୍ତି ନାହିଁ । ଏହାକୁ ଅଣଦେଖା ଚାଲିଯାଆନ୍ତି । କିନ୍ତୁ ଷ୍ଟେସନରେ କାମ କରୁଥିବା କୁଲି ଓ କର୍ମଚାରୀଙ୍କ ନଜର ଆଣ୍ଡୁଙ୍କ ଉପରେ ପଡିଥିଲା । ସେମାନଙ୍କ କହିବା ଅନୁସାରେ, ଭୁବନେଶ୍ୱରର ବିଭିନ୍ନ ଜାଗା ବୁଲିବା ସହ ରେଳ ଷ୍ଟେସନରେ ସେ ସମୟ ବିତାନ୍ତି । ସକାଳ ହେଲେ ସେ ପହଂଚିଯାନ୍ତି ଭୁବନେଶ୍ୱର ରେଳ ଷ୍ଟେସନରେ । ଆଉ ପ୍ଲାକାର୍ଡ ଧରି ସେମିତି ଛିଡା ହୁଅନ୍ତି ।

ଭୁବନେଶ୍ୱର ରେଳ ଷ୍ଟେସନରେ ସନ୍ଦିଗ୍ଧ ଅବସ୍ଥାରେ ଘୁରିବୁଲୁଥିବା ଏହି ରୁଷିଆ ନାଗରିକଙ୍କ ଉପରେ ରେଳବାଇ ପୋଲିସର ବି ନଜର ପଡିଥିଲା । ଦେଢ ମାସ ପୂର୍ବରୁ ଥାନାକୁ ଡକାଇ ପଚରାଉଚରା କରିଥିଲା ପୋଲିସ । କାଗଜ ପତ୍ର ଯାଂଚ ପରେ ପୋଲିସ ଜାଣିଥିଲା ଯେ ପର୍ଯ୍ୟଟକ ଜଣକ ଟୁରିଷ୍ଟ ଭିଜାରେ ଭାରତ ଆସିଛନ୍ତି । ତେବେ ଶରଥାର୍ଥୀ ଭାବେ ଭାରତରେ ରହିବାକୁ ଚାହୁଁଥିବା ପୋଲିସକୁ କହିଥିବା ରେଳବାଇ ଥାନାଧିକାରୀ କହିଛନ୍ତି ।

ରାୟଗଡାରେ ରୁଷ ନାଗରିକ ଭ୍ଲାଦିମିର ଓ ପାଭେଲ ଆଂଟୋଭଙ୍କର ମୃତ୍ୟୁ କୁ ନେଇ ଏବେବି ଅନେକ ସସପେନ୍ସ ରହିଥିବାବେଳେ ରାଜଧାନୀରେ ଏହି ପର୍ୟଟକଙ୍କ ଏଭଳି ଆଚରଣ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ପ୍ରଶ୍ନ ଉଠୁଛି, ହାତରେ ପ୍ଲାକାର୍ଡ ଧରି କାହିଁକି ଏମିତି ଛିଡା ହୋଇଛନ୍ତି ରୁଷ ନାଗରିକ ଆଣ୍ଡୁ?
ଆଶ୍ରୟସ୍ଥଳୀରେ ରହିବା ପାଇଁ କାହିଁକି ଇଛା କରୁନାହାନ୍ତି ଆଣ୍ଡୁ?
ପ୍ରକୃତରେ ସାହାଯ୍ୟ ଦରକାର ନା ଏହାପଛରେ ଆଉ କିଛି ରହିଛି ଉଦେଶ୍ୟ?