ଚୂଡ଼ାନ୍ତ ପର୍ଯ୍ୟାୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଚୟନ ପ୍ରକ୍ରିୟା : ରିଷି ସୁନକ ଓ ଲିଜ୍ ଟ୍ରସଙ୍କ ମଧ୍ୟରେ କଡା ଟକ୍କର

116

କନକ ବ୍ୟୁରୋ : ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବ୍ରିଟିଶ ପ୍ରଧାନମନ୍ତ୍ରୀ ଚୟନ ପ୍ରକ୍ରିୟା । ଏହି ପର୍ଯ୍ୟାୟରେ ଆଉ ମାତ୍ର ୨ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନେ ହେଲେ ପୂର୍ବତନ ବ୍ରିଟିଶ ଅର୍ଥମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ରିଷି ସୁନକ ଓ ବୈଦେଶିକ ସଚିବ ଲିଜ୍ ଟ୍ରସ୍ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ବାଛିବେ କଂଜରଭେଟିଭ ଦଳର ସାଂସଦ । ଆସନ୍ତା ସୋମବାର ଦିନ ଉଭୟ ପ୍ରାର୍ଥୀ ଏକ ବିତର୍କରେ ପରସ୍ପରର ସମ୍ମୁଖୀନ ହେବେ ପରେ ଦଳ ନିଷ୍ପତ୍ତି ନେବ ।

ଗତକାଲି ଅନୁଷ୍ଠିତ ୫ମ ପର୍ଯ୍ୟାୟ ଭୋଟିଂ ରାଉଣ୍ଡରେ ମଧ୍ୟ ସୁନକ ସର୍ବାଧିକ ଭୋଟ୍ ପାଇଥିଲେ । ତାଙ୍କୁ ୧୩୭ ଜଣ ସାଂସଦଙ୍କ ଭୋଟ ମିଳିଥିବାବେଳେ ଟ୍ରସଙ୍କୁ ୧୧୩ ଜଣ ସାଂସଦଙ୍କ ଭୋଟ ମିଳିଥିଲା । ରିଷି ସୁନକଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା, ପରେ ସେମାନେ ବ୍ରିଟେନରେ ବସବାସ କରିଥିଲେ । ରିଷିଙ୍କ ଆଉ ଏକ ପରିଚୟ ହେଉଛି ସେ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ । ସେପ୍ଟେମ୍ବର ୫ରେ ଫଳାଫଳ ଘୋଷଣା ହେବ। ବ୍ରିଟେନ୍‌କୁ ପ୍ରଥମ ବ୍ରିଟିସ-ଏସୀୟ ପ୍ରଧାନମନ୍ତ୍ରୀ କିମ୍ବା ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ମିଳିପାରନ୍ତି। ଏହା ଉପରେ ସମସ୍ତଙ୍କ ନଜର ରହିଛି ।