ଏନଆଇଏର ସିସିଟିଭି କ୍ୟାମେରାରେ କଏଦ୍ ହେଲା ପୁଲୱାମା ଆକ୍ରମଣରେ ବ୍ୟବହାର ହୋଇଥିବା କାର୍ ! ଫେରାର୍ ମାଲିକର ହେଲା ଚିହ୍ନଟ : ସୂତ୍ର 

456

ଫେବୃୟାରୀ ୧୪ ତାରିଖରେ ହୋଇଥିବା ପୁଲୱାମା ଆକ୍ରମଣର ଜାଞ୍ଚ୍ କରୁଥିବା ରାଷ୍ଟ୍ରୀୟ ଜାଞ୍ଚ୍ ଏଜେନ୍ସୀ (ଏନଆଇଏ) କୁ ଏକ ପ୍ରମାଣ ମିଳିଛି । ସୁଚନା ମୁତାବକ ଏନଆଇଏକୁ ପୁଲୱାମା ଆକ୍ରମଣର ସିସିଟିଭି ଫୁଟେଜ୍ ରେ ସିଆରପିଏଫ୍ କାନ୍ ବଏରେ ସାମିଲ୍ ହୋଇଥିବା ଏକ ଇକୋ କାର୍ ଦେଖାଦେଇଛି । ଯେଉଁଥିରେ ଆକ୍ରମଣକାରୀ ଆଦିଲ୍ କାର୍ ଚଲାଉଥିବା ନଜର ଆସୁଛି ।

ସୂତ୍ରାନୁସାରେ ଏନଆଇଏକୁ ପ୍ରାପ୍ତ ସିସିଟିଭି ଫୁଟେଜ୍ ନ୍ୟାସନାଲ୍ ହାଇୱେରେ ଲାଗିଛି । ଯେଉଁଥିରେ ଘଟଣାସ୍ଥଳର କିଛି ଦୂରରେ ଏକ ଫୁଟେଜ୍ ପ୍ରାପ୍ତ ହୋଇଛି । ଯେଉଁଠି ଏକ ଇକୋ କାରକୁ ଘଟଣାସ୍ଥଳରେ ଦେଖିବାକୁ ମିଳିଛି । ଭିଡିଓରେ ଆତ୍ମଘାତୀ ଆକ୍ରମଣକାରୀ ଆଦିଲ୍ କାର୍ ଚଲାଉଥିବା ଦେଖାଯାଉଛି ଭିଡିଓ ଆଧାରରେ ଏନଆଇଏ ତରଫରୁ କାର୍ ମାଲିକକୁ ଚିହ୍ନଟ କରାଯାଇଛି । ତେବେ କାର୍ ମାଲିକ ଏହି ଆକ୍ରମଣ ଦିନଠାରୁ ଫେରାର୍ ରହିଥିବା କଥା ମଧ୍ୟ ଆସିଛି । ଏନଆଇଏକୁ ସନ୍ଦେହ ଆକ୍ରମଣରେ ବ୍ୟବହାର ହୋଇଥିବା ଇକୋ କାର୍ ୨୦୧୦-୧୧ ମଡେଲରୁ ହୋଇଥିଲା । ଯାହାକୁ ଦ୍ୱିତୀୟଥର ପାଇଁ ପେଣ୍ଟ୍ କରାଯାଇଥିଲା । ପୁଲୱାମା ଆକ୍ରମଣ ହୋଇଥିବା ସ୍ଥାନରେ ଏନଆଇଏ ଟିମ୍ କୁ ଏକ କ୍ୟାନ୍ ମିଳିଥିଲା ଯେଉଁଥିରେ ୩୦ କିଲୋଗ୍ରାମ୍ ଆରଡିଏକ୍ସ ମିଳିଥିଲା ।