ବିଧାୟକଙ୍କ ଗାଡ଼ିକୁ ପ୍ରତିବାଦର ଅଣ୍ଡା : ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା, ବ୍ୟାପକ ପୋଲିସ ଫୋର୍ସ ମୁତୟନ

415

କନକ ବ୍ୟୁରୋ : କୋରାପୁଟ ବିଧାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ । ବିଧାୟକ ରଘୁରାମ ପୋଡାଲ ନିଜ ନିର୍ବାଚନ ମଣ୍ଡଳି ଲମତାପୁଟ ବ୍ଲକରେ ଏକ କାର୍ଯ୍ୟକ୍ରମକୁ ଯାଇଥିଲା ବେଳେ ଅଣ୍ଡାମାଡ ହୋଇଛି । ଲମତାପୁଟ ବ୍ଲକର ଏକ ନୂତନ ପଞ୍ଚାୟତ ସମିିତି କାର୍ଯ୍ୟାଳୟ ଉଦଘାଟନ କରିବା ପାଇଁ ଯାଉଥିବା ବେଳେ କଂଗ୍ରେସ କର୍ମୀ ଅଣ୍ଡା ମାଡ କରିଥିବା ସୂଚନା ମିଳିଛି ।

ବ୍ଲକ ଭିତରକୁ ପ୍ରବେଶ କରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କଂଗ୍ରେସ କର୍ମୀ ବିଧାୟକଙ୍କ ଗାଡିକୁ ଅଣ୍ଡା ମାଡ କରିଥିଲେ । ବିଧାୟକଙ୍କୁ ଅଣ୍ଡାମାଡ ପରେ ବ୍ଲକ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।