ପ୍ରୀତିରଞ୍ଜନଙ୍କ ପାଇଁ ପଞ୍ଚାୟତ ମଇଦାନରେ ପ୍ରଫୁଲ୍ଲ । ବାଣ୍ଟିଲେ ନବୀନ ଓ ବିଜେଡିର ବିଚାରଧାରା

170

କନକ ବ୍ୟୁରୋ: ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଳାଇଛନ୍ତି ବାପା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ । ଯାଜପୁରର ସୁକିନ୍ଦା ଅଞ୍ଚଳରେ ପ୍ରାର୍ଥୀ ଓ ଗାଁ ମୁଖିଆଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ତେବେ ରାଜନୀତିର ମୂଖ୍ୟ ସ୍ରୋତରୁ ବେଶ କିଛି ଦିନ ଦୂରେଇ ରହିବା ପରେ ଏବେ ପୁଣି ମଇଦାନକୁ ଓହ୍ଲାଇଛନ୍ତି ବରିଷ୍ଠ ରାଜନେତା । ପ୍ରୀତିରଞ୍ଜନ ଘଡେଇଙ୍କୁ ସୁନ୍ଦରଗଡ ଦାୟିତ୍ୱ ଦିଆଯାଇଥିବାରୁ ତାଙ୍କ ପାଇଁ ଗଡ ଜଗିଛନ୍ତି ପ୍ରଫୁଲ୍ଲ ।

ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ପ୍ରାର୍ଥୀ ଓ ଗାଁ ମୁଖିଆଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳର ବିଚରଧାରାକୁ ନେଇ କରୁଛନ୍ତି ନିର୍ବାଚନ ପ୍ରଚାର । ରାଜନୀତିର ମୂଖ୍ୟ ସ୍ରୋତରୁ ବେଶ କିଛି ଦିନ ଦୂରେଇ ରହିବା ପରେ ଏବେ ପୁଣି ମଇଦାନକୁ ଓହ୍ଲାଇଛନ୍ତି ଏହି ବରିଷ୍ଠ ରାଜନେତା ।

  • ବାପାଙ୍କ ବ୍ରିଗେଡ ଏବେ ପୁଅର ବିରୋଧୀ !
  • ପ୍ରଫୁଲ୍ଲଙ୍କ କର୍ମୀ ପ୍ରୀତିଙ୍କ ପାଇଁ ହେବେ କି କଣ୍ଟା ?

ଯାଜପୁରର ଖଣିଖାଦାନ ଭରା ଅଞ୍ଚଳରେ ଏକଦା ସର୍ବଶକ୍ତିମାନ ନେତା କୁହାଯାଉଥିବା ପ୍ରଫୁଲ୍ଲ ଘଡେଇଙ୍କ ସହ ଥିବା ଅନେକ ସ୍ଥାନୀୟ ନେତାଙ୍କୁ ଏବେ ତାଙ୍କ ସହ ନଥିବା ଦେଖିବାକୁ ମିଳୁଛି । ପୁଅ ପ୍ରୀତିରଞ୍ଜନଙ୍କୁ ବିରୋଧ କରି ଏବେ ସେହି ସବୁ ନେତା ବିରୋଧୀ କ୍ୟାମ୍ପରେ । ତେଣୁ ପୁଅର ପତିଆରା ବଜାୟ ରଖିବାକୁ ପ୍ରଫୁଲ୍ଲ ଏବେ ଅଣ୍ଟା ଭିଡିଥିବା ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ୨୦୧୪ରେ ବିଜେଡିରୁ ନିଲମ୍ବିତ ହୋଇଥିଲେ ସେତେବେଳେ ନବୀନ ସରକାରର ନମ୍ବର ଟୁ ନେତା କୁହାଯାଉଥିବା ପ୍ରଫୁଲ୍ଲ ଘଡେଇ । ୫ବର୍ଷ ପରେ ତାଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇଥିବା ବେଳେ ତାଙ୍କୁ ଉପ-ସଭାପତି ଦାୟିତ୍ୱ ମଧ୍ୟ ମିଳିଥିଲା । କିନ୍ତୁ ପ୍ରତ୍ୟକ୍ଷ ରାଜନୀତିକୁ ଆଉ ଫେରିପାରି ନାହାନ୍ତି ଶ୍ରମିକ ନେତାରୁ ରାଜନେତା ବନିଥିବା ପ୍ରଫୁଲ୍ଲ । ଏବେ ସୁକିନ୍ଦା ଭୋଟର ତାଙ୍କ ଉପରେ କେତେ ଆସ୍ଥା ପ୍ରକଟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।