କନକ ବ୍ୟୁରୋ : କନକ ନ୍ୟୁଜର ଖବର ଉପରେ ଆରମ୍ଭ ହୋଇଛି ତନାଘନା । ଅଭିଯୁକ୍ତ ସହ ପୋଲିସ ଅଧିକାରୀଙ୍କ ସଂପର୍କ ଥିବା ନେଇ ପ୍ରସାରିତ ଖବର ଉପରେ ତଦନ୍ତ ନିର୍ଦେଶ ଦେଇଛନ୍ତି ପୋଲିସ କମିଶନର । ପ୍ରଭାତ ମୁଦୁଲି ମୃଦ୍ୟୁ ପାନୀୟ କଂପାନୀର ଫ୍ରାଂଚାଇଜ ଦେବାକୁ କହି ବ୍ୟବସାୟୀଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଠକି ନେଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏବେ ପ୍ରଭାତ ଓ ତାଙ୍କ ସହଯୋଗୀ ପ୍ରମୋଦ ଦୋରା ଜେଲରେ । କିନ୍ତୁ ପ୍ରଭାତଙ୍କ ସହ ୪ ଜଣ ପୋଲିସ ଅଧିକାରୀଙ୍କ ଘନିଷ୍ଠ ସଂପର୍କ ଥିଲା । ଏନେଇ ଏକାଧିକ ଫଟୋ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା ଏନେଇ କଟକ ଡିସିପି ସଂଜୀବ ଅରୋରାଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି କମିଶନର ।
କେଉଁ ପରିସ୍ଥିତିରେ ଏଭଳି ଜଣେ ଅଭିଯୁକ୍ତଙ୍କ ସହ ପୋଲିସ ଅଫିସରଙ୍କ ସଂପର୍କ ସୃଷ୍ଟି ହୋଇଥିଲା ଏବଂ ଏଭଳି ଫଟୋ କେଉଁ ପରିସ୍ଥିତିରେ ଉଠାଯାଇଥିଲା ସେନେଇ ତଦନ୍ତ ହେବ । ପ୍ରଭାତଙ୍କ ସହ ୪ ଜଣ ବରିଷ୍ଠ ଆଇଆଇସି ବିମଳ ବାରିକ, ରଂଜିତ ପୃଷ୍ଟି, ସୁନିଲ ମହାନ୍ତି ଓ ଦେବୀ ପ୍ରସାଦ ପାତ୍ରଙ୍କ ଫଟୋ ସାମ୍ନାକୁ ଆସିଛି ।