ଯୁକ୍ତ ଦୁଇର ନବକଳେବର

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଯୁକ୍ତ ହେଲା ଯୁକ୍ତ ଦୁଇ । ବଦଳିଲା ସିଏଚ୍ଏସ୍ଇ ଢ଼ାଂଚା । ରୂପ ବଦଳିବା ସହ ବଦଳିବ କାର୍ଯ୍ୟପନ୍ଥା । ଯୁକ୍ତ ଦୁଇ ଶିକ୍ଷା ପାଇଁ ଗଠନ ହେବ ନିର୍ଦେଶାଳୟ । ନିର୍ଦେଶାଳୟର ରୂପରେଖ ନେଇ ଜୁନରେ ବସିବ ଉଚ୍ଚ ଶିକ୍ଷା ଓ ଗଣ ଶିକ୍ଷା ବିଭାଗର ବୈଠକ । ରୂପରେଖ ପ୍ରସ୍ତୁତ ହେବା ପରେ ଜୁଲାଇରୁ ଲାଗୁ ହେବ ନୂଆ ଢ଼ାଂଚା । ପରିଦଷରୁ ହେବ ନିର୍ଦେଶାଳୟ । ଏହି ନିର୍ଦେଶାଳୟ ଅଧିନରେ ରହିବ ରାଜ୍ୟର ୧୪ଶହ ୫୫ଟି ଯୁକ୍ତ ଦୁଇ କଲେଜ । ନିର୍ଦେଶାଳୟ ପାଇଁ ଜଣେ ଯୁଗ୍ମ ସଚିବ ନିଯୁକ୍ତ ହୋଇଥିବା ବେଳେ ନିର୍ଦେଶକ, ଉପ-ନିର୍ଦେଶକଙ୍କ ସମେତ ମୋଟ୍ ୪୮ ଜଣ ପଦାଧିକାରୀ ନିଯୁକ୍ତ ହେବେ । ପୂର୍ବ ଭିତିଭୂମୀ ଅନୁସାରେ ଚାଲିବ ପାଠପଢ଼ା, ପରବର୍ତୀ ସମୟରେ ପର୍ଯ୍ୟାୟକ୍ରମ ହେବ ପରିବର୍ତନ । ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ଅଧ୍ୟାପକ ବର୍ତମାନ ପାଇଁ ଯୁକ୍ତ ଦୁଇ ଛାତ୍ରଛତ୍ରୀଙ୍କୁ ପାଠ ପଢ଼ାଇବେ । ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ହଜାରେ ୨୩ଟି ପିଜିଟି ଟିଚରଙ୍କୁ ନିଯୁକ୍ତି ଦିଆଯିବ । ନୂଆ ନିଯୁକ୍ତି ପରେ ପୂର୍ବପରି ଅଧ୍ୟାପକମାନେ ଉଚ୍ଚ ଶିକ୍ଷା ବିଭାଗ ଅଧିନକୁ ଫେରିଯିବେ ।

ଅନ୍ୟପଟେ ଯୁକ୍ତ ଦୁଇ ପାଠପଢ଼ାରେ ଏଭଳି ସଂସ୍କାରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଶିକ୍ଷାବିତ୍ । ରାଜ୍ୟରେ ଶିକ୍ଷକଙ୍କ ଅଭାବ ଥିବା ବେଳେ ଅନେକ କଲେଜରେ ଭିିତିଭୂମୀର ଅଭାବ ରହିଛି । ସେହିପରି ସିବିଏସ୍ଇ ଢ଼ାଂଚାରେ ପାଢପଢ଼ା ପାଇଁ ଆମ ଶିକ୍ଷକମାନେ କେତେ ପ୍ରସ୍ତୁତ ବୋଲି ପ୍ରଶ୍ନ କରିଛନ୍ତି ।

ଏହା ସହ ଯୁକ୍ତ ଦୁଇ ଚ୍ୟାଲେଞ୍ଜ୍