ଉପେନ୍ଦ୍ର କୁଶୱାହା ଘୋଷଣା, ନୀତୀଶଙ୍କ ପାଇଁ ଆମେ ସବୁବେଳେ ପ୍ରସ୍ତୁତ। ତେଜସ୍ୱୀଙ୍କ ନେତୃତ୍ୱ ଗ୍ରହଣ କରିବୁ ନାହିଁ।

173

କନକ ବ୍ୟୁରୋ: ‘ଜେଡିୟୁକୁ ବଞ୍ଚାଇ ରଖିବାକୁ ହେବ’, ଏଭଳି କିଛି କହି ଉପେନ୍ଦ୍ର କୁଶୱାହା ଜେଡିୟୁ ରାଜନୀତିକୁ ସରଗରମ କରିଦେଇଛନ୍ତି । ତାଙ୍କ ଟାର୍ଗେଟରେ ନୀତୀଶ କୁମାର ନୁହେଁ, ତାଙ୍କ ସହିତ ରହୁଥିବା ନେତା ଆସିଛନ୍ତି । କୁଶୱାହା ତାଙ୍କୁ ଟାର୍ଗେଟ କରିବାକୁ ଯାଇ ଲଗାତର ପ୍ରଶ୍ନ ଉଠାଇଛନ୍ତି । ତାଙ୍କର ଏହିଭଳି ନିଷ୍ପତ୍ତିରେ ଜେଡିୟୁର ଏମଏଲସି ରାମେଶ୍ୱର ମାହାତୋ ଏକାଠି ଛିଡା ହୋଇଛନ୍ତି । ସେ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ତାଙ୍କୁ କୌଣସି ପ୍ରକାରରେ ତେଜସ୍ୱୀଙ୍କ ନେତୃତ୍ୱ ସ୍ୱୀକାର ନୁହେଁ ।

ରାମେଶ୍ୱର ମାହାତୋ ଏବଂ ଉପେନ୍ଦ୍ର କୁଶୱାହାଙ୍କ ମଧ୍ୟରେ ବୈଠକ ପରେ ଏଭଳି କଥା ସାମ୍ନାକୁ ଆସିଛି । ରାମେଶ୍ୱର ମାହାତୋ କହିଛନ୍ତି ନୀତୀଶ କୁମାର ଏବଂ ଉପେନ୍ଦ୍ର କୁଶୱାହା ବିଜ୍ଞ ନେତା । ଉଭୟ ମିଳିମିଶି ଥିବା ବିବାଦକୁ ଶେଷ କରିପାରିବେ । ଉପେନ୍ଦ୍ର କୁଶୱାହା କହିଛନ୍ତି, ଜେଡିୟୁକୁ ମଜବୁତ କରିବାକୁ ପଡିବ । ନୀତୀଶ କୁମାର ଦଳକୁ ସଶକ୍ତ କରିବା ପାଇଁ ଯଦି ରାତି ୧୨ଟାରେ ବୈଠକ ଡାକିବେ ତେମେ ଆମେ ପହଞ୍ଚିବୁ ବୋଲି କହିଛନ୍ତି । ନୀତୀଶଙ୍କ ପାଖରେ ଥିବା ଲୋକଙ୍କ ବିରୋଧରେ ସେ କହିଛନ୍ତି, ନୀତୀଶଙ୍କୁ କିଛି ଜଣ ଭୁଲ ରାୟ ଦେଉଛନ୍ତି । ଏହି କାରଣରୁ ନୀତୀଶ ନିଜ ମନର କଥାକୁ କାର୍ଯ୍ୟକାରୀ କରୁନାହାନ୍ତି । ଏହି କାରଣରୁ ଅନେକ କ୍ଷତି ହେଉଛି ।