କିଡନୀ ପ୍ରତିରୋପଣ ପରେ ଡାକ୍ତରଖାନାରୁ ବାହାରିଲେ ଲାଲୁ ଯାଦବ। ଜାଣନ୍ତୁ କେବେ ଫେରିବେ ଭାରତ?

122

କନକ ବ୍ୟୁରୋ: ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ପରେ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ଲାଲୁ ପ୍ରସାଦ ଯାଦବ । ତେବେ ବର୍ତ୍ତମାନ ମଧ୍ୟ ସେ ସିଙ୍ଗାପୁରରେ ଅଛନ୍ତି । ଡାକ୍ତରଖାନା ପାଖରେ ତାଙ୍କୁ ରଖାଯାଇଛି । ସୂଚନା ଅନୁସାରେ ପୂରା ପରିବାର ସେଠାରେ ହିଁ ନୂଆ ବର୍ଷ ପାଳନ କରିବେ । ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଡିସେମ୍ବର ୫ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ଡାକ୍ତରଖାନାରେ କିଡନୀ ପ୍ରତିରୋପଣ କରାଯାଇଥିଲା ।

ଅପରେସନ ସଫଳ ହେବା ପରେ ତାଙ୍କ ସ୍ୱାସ୍ଥବସ୍ଥା ମଧ୍ୟ ଠିକ୍ ରହିଛି । ଶୁକ୍ରବାର ସେ ନିଜ ପୁଅ ତେଜସ୍ୱୀଙ୍କ ସହ ଫୋନରେ ଆଲୋଚନା କରିଥିଲେ । ପତ୍ନୀ ରାବିଡି ଦେବୀ ସେଠାରେ ରହି ଲାଲୁଙ୍କ ଦେଖାଶୁଣା କରୁଛନ୍ତି । ଲାଲୁଙ୍କୁ କିଡନୀ ଦେଇଥିବା ଝିଅ ଡା ରୋହିଣୀ ଅପରେସନର ୫ ଦିନ ପରେ ହିଁ ମେଡିକାଲରୁ ଡିସଚାର୍ଜ ହୋଇଥିଲେ । ରୋହିଣୀ ମଧ୍ୟ ବେସ ସୁସ୍ଥ ଥିବା ଜଣାପଡିଛି । ଲାଲୁ ୨୦୨୩ ଫେବ୍ରୁଆରୀ ଅନ୍ତିମ ସୁଦ୍ଧା ଭାରତ ଆସିବାର ସମ୍ଭାବନା ରହିଛି । ଆଗାମୀ ମାସେ ପାଇଁ ଲାଲୁ ସେଠାରେ ରହୁଥିବା କାରଣରୁ ପୂରା ପରିବାର କିଛି ଦିନ ଭିତରେ ସିଙ୍ଗାପୁର ଯିବେ ।