କରୋନକୁ ନେଇ ବଢିଲା କଟକଣା । ଏପଟେ ବିଏଫ୍.୭ ମାରାତ୍ମକ ନୁହେଁ କହିଲେ ବୈଜ୍ଞାନିକ ଡ. ସମୀରଣ ପଣ୍ଡା

75

କନକ ବ୍ୟୁରୋ: ପଡୋଶୀ ଦେଶରେ କରୋନାର ସବ୍-ଭାରିଏଣ୍ଟ ବିଏଫ.୭ ଆତଙ୍କ ଖେଳାଉଥିବାବେଳେ, ସଜାଗ ହୋଇଛନ୍ତି ଭାରତ ସରକାର । ଚୀନରୁ ଭାରତ ଆସୁଥିଲେ ଆରଟିପିସିଆର ଟେଷ୍ଟ କରାଇବା ବାଧ୍ୟମୂଳକ କରାଯାଇଛି । କେବଳ ଏତିକି ନୁହେଁ ମେଡିକାଲ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ମାନଙ୍କୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଅନ୍ୟପଟେ କରୋନାକୁ ନେଇ ଭୟଭୀତ ହେବାର ନାହିଁ । ଓଡିଶାରେ ସମୂହ ଇମ୍ୟୁନୋ ସିଷ୍ଟମ ଦୃଢ ଅଛି । ସଂକ୍ରମଣ ବ୍ୟାପୀଲେ ଏହା ଘାତକ ହେବ ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଚୟ ମହାପାତ୍ର । ଏହାସହ ବିଏଫ୍.୭ ମାରାତ୍ମକ ନୁହେଁ ବୋଲି କହିଲେ ବୈଜ୍ଞାନିକ ଡ. ସମୀରଣ ପଣ୍ଡା ।