ରେକର୍ଡ କଲା ବିରାଟ ବାହିନୀ ! ଇଂଲଣ୍ଡ ସାମ୍ନାରେ ୩୮୨ ରନର ବିଶାଳ ଟାର୍ଗେଟ୍

58

କନକ ବ୍ୟୁରୋ : ବାରବାଟୀରେ ବିରାଟ ବାହିନୀଙ୍କ ‘ବିରାଟ’ ରେକର୍ଡ । ଏହି ପଡିଆରେ ଭାରତୀୟ ଟିମ୍ ସର୍ବାଧିକ ଦିନିକିଆ ସ୍କୋର କରିଛି । ପୂର୍ବରୁ ଏହି ପଡିଆରେ ୩୬୫ ରନର ଦଳୀୟ ସ୍କୋର କରିଥିଲା ଟିମ୍ ଇଣ୍ଡିଆ । ଆଜିର ଏହି ଦ୍ୱିତୀୟ ଦିନିକିଆରେ ଦଳ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ହରାଇ ୩୮୧ରନ କରିଛି । ଇଂଲଣ୍ଡ ଆଗରେ ରଖିଛି ୩୮୨ ରନର ଟାର୍ଗେଟ ।

ସେପଟେ ବାରବାଟୀ ଦିନିକିଆ ଦର୍ଶକଙ୍କ ମନ ଜିତିଲା ପୁରୁଣା ଯୋଡି ଧୋନି-ଯୁବରାଜଙ୍କ ବ୍ୟାଟିଂ । ଟସରେ ହାରି ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ବିପର୍ଯ୍ୟୟରୁ ରକ୍ଷା କଲେ ଏହି ଦୁଇ ଷ୍ଟାଇଲିସ୍ ଫିନିସର । ଏମାନଙ୍କ ଦ୍ୱିଶତକୀୟ ଭାଗିଦାରୀ ଯୋଗୁ ଦଳ ଏକ ବିଶାଳ ସ୍କୋର କରିବାରେ ସମର୍ଥ ହେଲା ।