ପଙ୍କୋଦ୍ଧାର ଏକାଦଶୀ : ବାବା ଲୋକନାଥଙ୍କ ଶ୍ରୀଅଙ୍ଗରୁ ହେବ ପାଦୁକା ଉଦ୍ଧାର; ଗୋଟିଏ ଦିନ ପାଇଁ ଆଜି ଦେବେ ଦର୍ଶନ

101

କନକ ବ୍ୟୁରୋ : ଆଜି ହେଉଛି ପବିତ୍ର ପଙ୍କୋଧାର ଏକାଦଶୀ । ପୁରୀରେ ଥିବା ବାବା ଶ୍ରୀଲୋକନାଥଙ୍କ ଶ୍ରୀଅଙ୍ଗରୁ ପାଦୁକ ଉଦ୍ଧାର କରାଯିବ । ବର୍ଷକେ ମଧ୍ୟରେ ଏହି ଗୋଟିଏ ଦିନ ପଙ୍କୋଧାର ଏକାଦଶୀରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଠାକୁର । ଏହି ଦିନ ଶ୍ରଦ୍ଧାଳୁମାନେ ଶ୍ରୀଲୋକନାଥଙ୍କ ଦର୍ଶନ କଲେ ଲକ୍ଷେ ଶିବଲିଙ୍ଗ ଦର୍ଶନ କରିବାର ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଅବସରରେ ପାର୍ବତୀ ସାଗର କୂଳରେ ଜଳିବ ଜଗତ ମଙ୍ଗଳ ଜାଗର ଦୀପ । ପ୍ରସିଦ୍ଧ ଶୈବପୀଠ ବାବା ଲୋକନାଙ୍କ ମନ୍ଦିରରେ ଏଭଳି ପରମ୍ପରା ସାରା ଦେଶରେ ନିଆରା ।