‘ମୋ ପୁଅକୁ ବଞ୍ଚାଇଦିଅ, ନହେଲେ ମୋ ନାତି ନାତୁଣୀ ଦିଟା ଅନାଥ ହୋଇଯିବେ’: ପୁଅ ପାଇଁ ବୁଲି ବୁଲି କାନି ପାତୁଛି ମା’ ।

275

କନକ ବ୍ୟୁରୋ: ପୋଷିଲା ପୁଅ ପାଇଁ କାନ୍ଦୁଛି ବୁଢି ମା’ । ଯେଉଁ ବୟସରେ ପୁଅ ବୋହୂଙ୍କ ସେବାରେ ଦିନ ଯାଇଥାନ୍ତା ସେ ସମୟରେ ପୁଅକୁ ଶେଯରେ ପଡି କଲବଲ ହେଉଥିବା ଦେଖି ମା ଆଖିରୁ ଅହରହ ଲୁହ ଗଡୁଛି ।

କେନ୍ଦ୍ରାପଡା ଆଳି ବ୍ଲକ ଆଙ୍କୋ ଗାଁର ଗଣେଶ ନାୟକ । କେରଳରେ ରହି କାମ କରୁଥିଲେ । ଭଲ ଦି ପଇସା ଘରକୁ ପଠାଉଥିଲେ । ଘର ଚଳୁଥିଲା । ପୁଅ ଘରକୁ ଫେରୁଥିଲେ ପୁରା ପରିବାରରେ ଖୁସିର ଲହରୀ ଖେଳିଯାଉଥିଲା । ହେଲେ ଆଉ ସେସବୁ ନାହିଁ । ଏବେ ଖାଲି ସୁବୁଠି କାନ୍ଦର ଶବ୍ଦ । ଶେଯରେ ପଡି ପୋଷିଲା ପୁଅର ଯନ୍ତ୍ରଣାର ସ୍ୱର । କାରଣ ଘର ଲୋକଙ୍କ ମୁହଁରେ ଦାନା ଦେଉଥିବା ପୁଅ ଏବେ କିଡନୀ ରୋଗରେ ପଡି ଛଟପଟ ହେଉଛନ୍ତି । ତାଙ୍କୁ ଦେଖି ମା’ ଆଉ ସ୍ତ୍ରୀ ଯେଉଁଠି ବସୁଛନ୍ତି ଆଖିରୁ ଲୁହ ଝରାଉଛନ୍ତି ।

ଗଣେଶ କେରଳରେ କାମ କରୁଥିବା ସମୟରେ ୨୦୧୬ରେ ତାଙ୍କ ପାଦ ଫୁଲି ଯନ୍ତ୍ରଣା ହୋଇଥିଲା । ଡାକ୍ତର ଦେଖାଇ ମେଡିସିନ ଖାଇଥିଲେ । କିଛି ଦିନ ଭଲ ଲାଗିଲେ ବି କିଛି ମାସ ଅନ୍ତରରେ ପୁଣି ଯନ୍ତ୍ରଣା ହେଲା । ଘରକୁ ଆସି ବଡ ମେଡିକାଲରେ ପରୀକ୍ଷା କରାଇବାରୁ ଜଣାପଡିଲା ତାଙ୍କର କିଡନୀ ଖରାପ ହୋଇଯାଇଛି । ଗଣେଶଙ୍କୁ ଭଲ କରିବାକୁ ଯାଇ ମା’, ସ୍ତ୍ରୀଙ୍କର ଯାହା ଗହଣାଗାଣ୍ଠି ଥିଲା ସବୁ ବିକିଦେଲେ । ତଥାପି କିଛି ଲାଭ ହେଲାନି । ଏବେ କିଡନୀ ଟ୍ରାନ୍ସପ୍ଲାଣ୍ଟ ହିଁ ଏକମାତ୍ର ବାଟ । ଏଥିପାଇଁ ଗଣେଶଙ୍କ ସ୍ତ୍ରୀ ରାଜି ଥିଲେ ବି ଅସ୍ତ୍ରୋପଚାର ଦରକାର ପାଖାପାଖି ୨୦ ଲକ୍ଷ ଟଙ୍କା । ଏତେ ଟଙ୍କା ଆଣିବେ କୋଉଠୁ ପୁଅକୁ ଭଲ କରିବେ କିପରି ଏକଥା ଭାବି ଭାବି କାନ୍ଦୁଛନ୍ତି ମା’, କାନ୍ଦୁଛି ସ୍ତ୍ରୀ ।

ଗଣେଶଙ୍କ ପରିବାରର ପରିସ୍ଥିତିକୁ ଆଉ ସହିପାରି ଘର ଘର ବୁଲି ଗଣେଶଙ୍କ ମା’ । ତାଙ୍କ ପୁଅକୁ ବଞ୍ଚାଇଦେବାକୁ, ନାତି ନାତୁଣୀ ଦୁଇଟାଙ୍କୁ ଅନାଥ ହୋଇଯିବାରୁ ବଞ୍ଚେଇଦେବାକୁ ନେହୁରା ହେଉଛନ୍ତି ।
ଗଣେଶଙ୍କୁ କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଥିଲେ ଠିକଣା ହେଲା:
ଗଣେଶଙ୍କୁ ସାହାଯ୍ୟ କରିବାକୁ ଠିକଣା:
ମିତାଲି ଧଳ
ଫେଡେରାଲ ବ୍ୟାଙ୍କ , ପଟ୍ଟାମୁଣ୍ଡାଇ

Ac No: 21590100062996

IFC Code: FDRL0002159

Phone pay : 6282152826