ଭାରତୀୟ ପାଣିପାଗ ବିଭାଗର ନୂଆ ମୁଖ୍ୟ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର । ପୂରା ଦେଶକୁ ଖରା,ବର୍ଷା ଓ ଶୀତର ଟିକିନିକି ଖବର ଜଣାଇବେ ଓଡିଆ ପୁଅ

326

କନକ ବ୍ୟୁରୋ : ପୂରା ଦେଶକୁ ପାଣିପାଗର ଟିକିନିକି ଖବର ଜଣାଇବେ ଓଡିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର । କେତେବେଳେ ବାତ୍ୟା ହେବ, ମୌସୁମୀ କେବେ ଆସିବ, ପାଣିପାଗର ସ୍ଥିତି କଣ ରହିବ ସେନେଇ ସୂଚନା ଦେବେ ମୃତ୍ୟୁଞ୍ଜୟ । କାରଣ ଭାରତୀୟ ପାଣିପାଗ ବିଭାଗର ନୂଆ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି ମୃତ୍ୟୁଞ୍ଜୟ ।

ମୃତ୍ୟୁଞ୍ଜୟ ପୂର୍ବରୁ ଆଇଏମଡିର ବାତ୍ୟା ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ଏବେ ତାଙ୍କୁ ଭାରତୀୟ ପାଣିପାଗ ବିଭାଗର ନୂଆ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଆସନ୍ତା ଅଗଷ୍ଟ ୧ ତାରିଖରୁ ମହାନିର୍ଦ୍ଦେଶକ ପଦର ଦାୟିତ୍ୱ ଗ୍ରହଣ କରିବେ ମୃତ୍ୟୁଞ୍ଜୟ । ପୂର୍ବରୁ ଅନେକ ବାତ୍ୟାର ସଠିକ୍ ଆକଳନ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ ମୃତ୍ୟୁଞ୍ଜୟ । ଏପରିକି କିଛି ଦିନ ପୂର୍ବେ ଯାଇଥିବା ବାତ୍ୟା ଫୋନିର ଗତିପଥ ଓ ଏହାର ପ୍ରଭାବ ସର୍ମ୍ପକରେ ସଠିକ ଆକଳନ କରି ହଜାର ହଜାର ଲୋକଙ୍କୁ ଆଗୁଆ ସର୍ତକ ସୂଚନା ଦେଇଥିଲେ ମୃତ୍ୟୁଞ୍ଜୟ ।