ନହରକଣ୍ଟା ଅଞ୍ଚଳରେ ମାଙ୍କଡ଼ ଆତଙ୍କ : ୨୦ରୁ ଅଧିକ ଲୋକ ପାଗଳ ହନୁ ଆକ୍ରମଣରେ ଆହତ

214

କନକ ବ୍ୟୁରୋ : ଭୁବନେଶ୍ୱରରେ ଆତଙ୍କ ଖେଳାଇଛି ମାଙ୍କଡ଼ । ନହରକଣ୍ଟା ଅଞ୍ଚଳରେ ଉତ୍ପାତ କରୁଥିବା ହନୁମାଙ୍କଡ଼କୁ ଧରିବା ପାଇଁ ଗତକାଲି ରାତିରୁ ଚାଲିଛି ଉଦ୍ଧାର କାର୍ଯ୍ୟ । ଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ୨୦ରୁ ଅଧିକ ଲୋକ ଆକ୍ରମଣର ଶିକାର ହୋଇଛନ୍ତି । ମାଙ୍କଡ଼ ଭୟରେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଆକ୍ରମଣରୁ ବଞ୍ଚିବା ପାଇଁ ଲୋକମାନେ ଠେଙ୍ଗା ବାଡ଼ି ଧରି ବୁଲୁଛନ୍ତି । ବନବିଭାଗ କର୍ମଚାରୀ ନହରକଣ୍ଟାରେ ପହଞ୍ଚି ମାଙ୍କଡ଼ଟିକୁ ଧରିବାକୁ ପ୍ରୟାସ ଚଳାଇଛନ୍ତି ।