ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ପୁଣିଥରେ ପ୍ରତିକ୍ରିୟା ରଖିଲେ ମୋଦି : କହିଲେ ସରକାରଙ୍କୁ ବଦନାମ କରିବା ପାଇଁ ଅପରିପକ୍ୱ ରାଜନୀତି କରୁଛନ୍ତି ବିରୋଧୀ
କନକ ବ୍ୟୁରୋ : ଥମିବାରେ ନା ନେଉ ନାହିଁ କେନ୍ଦ୍ର ସରକାରଙ୍କ ବିରୋଧରେ ଗୃହରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ । କେନ୍ଦ୍ର ସରକାର ଦେଇଥିବା ପ୍ରତିଶୃତି ପାଳନ କରିପାରିନଥିବାରୁ ଆନ୍ଧର ପ୍ରଦେଶର ଟିଡିପି(ତେଲଗୁ ଦେଶମ ପାର୍ଟି) ସରକାରପଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା । ତେବେ ତାହାକୁ କେତେକ ବିରୋଧୀ ଦଳ ଗୁଡିକ ସମର୍ଥିତ କରିଥିଲେ । କହିବାକୁ ଗଲେ ପ୍ରମୁଖ ବିରୋଧୀ ଦଳ ସମର୍ଥନ କରିଥିଲା । ତେବେ ଏହି ସମୟରେ ବିଜେଡି କେନ୍ଦ୍ରସରକାର ଅବହେଳା କରୁଥିବା ନେଇ ଗୃହତ୍ୟାଗ କରିଥିଲା । ଏହାପରେ ଦୀର୍ଘ ୧୨ ଘଣ୍ଟା ଆଲୋଚନା ଚାଲିଲା । ପରେ ରାତିରେ ଭୋଟ ଗ୍ରହଣ ହେଲା । ଏହାପରେ ମୋଦି ସରକାର ପୁଣିଥରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଲେ । ତେବେ ଏହି ସମୟରେ ବିରୋଧୀମାନେ ସରକାରଙ୍କୁ ରାଫେଲ ବିମାନ ସହ ଅନେକ କ୍ଷେତ୍ରରେ ଘେରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସରକାର ଭାରତରେ ଚାଲୁଥିବା ରେଳ କଥା ବୁଝିପାରୁନାହାନ୍ତି ଏପଟେ ବୁଲେଟ ଟ୍ରେନର ସ୍ୱପ୍ନ ଦେଖୁଛନ୍ତି । ଏହାସହ ଅନେକ କ୍ଷେତ୍ରରେ ସରକାରଙ୍କୁ କଡା ସମାଲୋଚନା କଲେ । ପରେ ବିରୋଧୀଙ୍କର ପ୍ରଶ୍ନର ଉ ମଧ୍ୟ ସରକାର ରଖିଲେ । ତେବେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ପରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲିଛନ୍ତି । ମିଳିଥିବା ସୂଚନା ଅନୁସାରେ ନରେନ୍ଦ୍ର ମୋଦୀ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ମୋଦୀ କହିଛନ୍ତି ବିରୋଧୀଙ୍କ ଅପାରଗତାକୁ ପଦାରେ ପକାଇବାପାଇଁ ହିଁ ଏଭଳି ଅନାସ୍ଥା ପ୍ରସ୍ତାବ ଆସିଥିଲା ଏବଂ କଂଗ୍ରେସ ଦଳ ତାଙ୍କୁ ବିରୋଧୀ ଦଳର ଅପାରଗତା ସଂପର୍କରେ କହିବାକୁ ସୁଯୋଗ ଦେଇଥିବାରୁ ସେ କଂଗ୍ରେସକୁ ଧନ୍ୟବାଦ ଜଣାଉଛନ୍ତି । ଏହାସହ ମୋଦି କହିଥିଲେ ଯେ, ବିରୋଧୀମାନେ ଭଲଭାବରେ ଜାଣିଥିଲେ ଯେ, ସରକାରଙ୍କୁ ଅନାସ୍ଥା ପ୍ରସ୍ତାବ ଉପରେ କୈାଣସି ପ୍ରକାରର ଅସୁବିଧା ହେବ ନାହିଁ ହେଲେ ଏହାପରେ ବି ବିରୋଧୀମାନେ ଟିଡିପି ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିବାସହ ସରକାରଙ୍କୁ ଅଯଥା ବଦନାମ କରିବାକୁ ଚେଷ୍ଟାକଲେ । ଏହା କରିବାରେ ସେମାନେ ଓ ତାଙ୍କ ନେତା ସମ୍ପୂର୍ଣ୍ଣ ଅପରିପକ୍ୱ ବୋଲି ଜଣାପଡିଲା । ତେବେ ଏହି ବୈଠକରେ ବିଜେପିର ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ । ତେବେ ମୋଦି ଆଗାମୀ ନିର୍ବାଚନରେ କିପରି ଭାବରେ ଦଳ ଲୋକମାନଙ୍କ ପାଖରେ ପହଞ୍ଚିବ ତାହା ଉପରେ ଧ୍ୟାନ ଦେବା ସହ ବିରୋଧୀଙ୍କ ଅଯଥା ଯୁକ୍ତିରେ ଧ୍ୟାନ ନ ଦେବା ପାଇଁ ନେତାମାନଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି ।