ବାୟୁସେନାର ସୁପରସୋନିକ ଫାଇଟର ଜେଟ୍ ଏମଆଇଜି-୨୧ ଦୁର୍ଘଟଣାଗ୍ରସ୍ତ । ପାଇଲଟ୍ ମୃତ

187

କନକ ବ୍ୟୁରୋ: ଭାରତୀୟ ବାୟୁସେନାର ସୁପରସୋନିକ ଫାଇଟର ଜେଟ୍ ଏମଆଇଜି-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି  । ଫଳରେ ପାଇଲଟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ରାଜସ୍ଥାନ ଜଲେଶ୍ୱର ନିକଟରେ ଶୁକ୍ରବାର ସନ୍ଧ୍ୟା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ତାମିଲନାଡୁର କୁନ୍ନୁର ମର୍ମନ୍ତୁଦ ହେଲପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିବାର ଦୁଃଖ ଭୁଲି ହେଉନଥିବା ବେଳେ ଭାରତୀୟ ବାୟୁସେନାର ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ଥ ହୋଇଛି  । ରାଜସ୍ଥାନର ଜୈସାଲମେରରେ ଏକ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୁଦାସିରି ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏଥିରେ ୱିଙ୍ଗ କମାଣ୍ଡର ହର୍ଷିଦ ସିହ୍ନାଙ୍କ ମୃତ୍ୟୁ ହୋଇଥବା ନେଇ  ଏୟାରଫୋର୍ସ ପକ୍ଷରୁ ସୂଚନା ଜାରି କରାଯାଇଛି । ଗତକାଲି ୮ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ୱିଙ୍ଗ କମାଣ୍ଡର ହର୍ଷିଦ ସିହ୍ନା  ଜୈସାଲମେର ଏୟାରଫୋର୍ସରୁ ଉଡ଼ାଣ ଭରି ଥିଲେ । ଘଟଣା ସ୍ଥଳରେ ପୁଲିସ, ଅଗ୍ନୀଶମ ବାହୀନି ପହଂଚିଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଉଡାଣ ସମୟରେ ବିମାନରେ ନିଆଁ ଲାଗିଥିଲା ତାପରେ ତଳେ ଆସିପଡ଼ିଥିଲା ମିଗ୍-୨୧ ବିମାନ ।