ଶକ୍ତିମାନର ଅଭିନେତ୍ରୀଙ୍କୁ ଅପମାନ । ପୁରସ୍କାର ନନେଇ ଷ୍ଟେଜରୁ ଫେରିଆସିଲେ ।

1,490

କନକ ବ୍ୟୁରୋ: ପୂର୍ବରୁ ନ୍ୟାସନାଲ ଚ୍ୟାନେଲରେ ପ୍ରସାରିତ ସିରିଏଲ ‘ଶକ୍ତିମାନ’ ର ଲୋକପ୍ରିୟ ଅଭିନେତ୍ରୀ ଗୀତା ବିଶ୍ୱାସଙ୍କୁ ନେଇ ଏବେ ଟେଲିଉଡରେ ଚର୍ଚ୍ଚା । କାରଣ ଏକ ପୁରସ୍କାର ଉତ୍ସବରେ ଅପମାନିତ ହେବା ପରେ ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅଭିନେତ୍ରୀ ବୈଷ୍ଣବୀ ମହାନ୍ତ ଓରଫ  ଗୀତା ବିଶ୍ୱାସ ।

ଘଟଣାଟି ଥିଲା ଏପରି । ମୁମ୍ବାଇରେ ଆୟୋଜିତ ହେଉଥିଲା ‘ଗ୍ଲୋବାଲ ଆଚିଭର୍ସ ଆୱାର୍ଡ’ । ସେଥିରେ ବୈଷ୍ଣବୀ ମହାନ୍ତଙ୍କୁ ଅଭିନୟ କ୍ଷେତ୍ରରେ ତାଙ୍କର ଅନନ୍ୟ ଅଭିନୟ ପାଇଁ ପୁରସ୍କୃତ କରିବାକୁ ନିମନ୍ତ୍ରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟ ସେଲିବ୍ରିଟିଙ୍କ ପରି ଠିକ ସମୟରେ ପହଞ୍ଚିଥିଲେ ମଧ୍ୟ ବୈଷ୍ଣବୀ । କିନ୍ତୁ ସେଠାରେ ଯାହା ଘଟିଲା ତାକୁୁ ବିଶ୍ୱାସ କରିପାରିଲେ ନାହିଁ । ତାଙ୍କ ନାଁ ଡାକିବା ବେଳକୁ ତାଙ୍କ ନାଁକୁ ଭୁଲ ଭାବେ ବନ୍ଦନା ବୋଲି  ଡାକିଥିଲେ ଆୟୋଜକ  । ସେଠାରେ ଉପସ୍ଥିତ ସେଲିବ୍ରିଟି ତାଙ୍କ ନାଁ ବନ୍ଦନା ନୁହେଁ ବରଂ ବୈଷ୍ଣବୀ ବୋଲି ବାରମ୍ବାର କହିଥିଲେ ବି ଆୟୋଜକ କିଛି ଶୁଣିନଥିଲେ । ଏହା ପରେ ବୈଷ୍ଣବୀ ଷ୍ଟେଜ ଉପରକୁ ଯାଇଥିଲେ ବି ପୁରସ୍କାର ଗ୍ରହଣ ନକରି ଫେରିଆସିଥିଲେ । ତାଙ୍କର ନାଁ ଯେତେବେଳେ ଆୟୋଜକ ଜାଣିନାହାଁନ୍ତି ଏହି ପୁରସ୍କାରର କିଛି ମୂଲ୍ୟ ନାହିଁ ବୋଲି ମାଇକ୍ରୋ ଫୋନରେ ଘୋଷଣା କରିବା ପରେ ଷ୍ଟେଜ୍ ତଳକୁ ଓହ୍ଲାଇ ଆସିଥିଲେ ବୈଷ୍ଣବୀ ।