ନାଗାଲାଣ୍ଡରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନେଫ୍ୟୁ ରିଓ,ସେପଟେ ଲଗାତାର ଦ୍ୱିତୀୟ ଥର ସାଙ୍ଗମାଙ୍କ ହାତରେ ମେଘାଳୟ ଶାସନ ଭାର

78

କନକ ବ୍ୟୁରୋ : ପଞ୍ଚମ ଥର ପାଇଁ ନାଗାଲ୍ୟାଣ୍ଡରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନେଫ୍ୟୁ ରିଓ । ରାଜଧାନୀ କୋହିମାରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଲା ଗଣେଶନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ସେହିପରି ମେଘାଳୟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନ୍ୟାସନାଲ ପିପୁଲ୍ସ ପାର୍ଟିର ଅଧକ୍ଷ କନରାଡ ସାଙ୍ଗମା । ସେ ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରଗୃହମନ୍ତ୍ରୀ ଅମିତ୍ ଶାହା, ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ । ଗତ ଫେବୃୟାରୀ ୨୦ରେ ଏହି ୨ ରାଜ୍ୟ ପାଇଁ ହୋଇଥିଲା ବିଧାନସଭା ନିର୍ବାଚନ । ମାର୍ଚ୍ଚ ୨ରେ ଆସିଥିଲା ନିର୍ବାଚନୀ ଫଳାଫଳ । ନାଗାଲ୍ୟାଣ୍ଡରେ ଏନଡିପିପି ଓ ବିଜେପି ମେଂଟ ଦ୍ୱିତୀୟ ଥର ଲାଗି ଶାସନକୁ ଆସିଛି । ଏହି ମେଂଟ ୩୭ଟି ଆସନରେ ଏଥର ବିଜୟ ହୋଇଛି । ବିଜେପି ଓ ଏନଡିପିପି ମିଳିତ ଭାବେ ନାଗାଲ୍ୟାଣ୍ଡରେ କ୍ଷମତା ଦଖଲ କରିଥିବାରୁ ରିଓ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ମେଘାଳୟରେ କନରାଡ ସାଙ୍ଗମା ଏନସିପି ୨୬ ସିଟ୍ରେ ଜିତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।