ମାଓବାଦୀଙ୍କ ହାଇଟେକ୍ ସ୍ନାଇପର ଜ୍ୟାକେଟ୍ । ଜ୍ୟାକେଟ୍ ପିନ୍ଧି ସୁରକ୍ଷାକର୍ମୀଙ୍କୁ ଦେଉଥିଲେ ଚକମା । କୁମ୍ବିଂ ବେଳେ ଜବତ କଲା ପୋଲିସ ।

322

କନକ ବ୍ୟୁରୋ: ସ୍ନାଇପର୍ ଜ୍ୟାକେଟ୍ ପିନ୍ଧି ପୁଲିସକୁ ଚକମା ଦେଉଛନ୍ତି ଲାଲ୍ ବାହିନୀ । ମାଓବାଦୀ ବ୍ୟବହାର କରୁଛନ୍ତି ହାଇଟେକ୍ ସ୍ନାଇପର୍ ଜ୍ୟାକେଟ୍ । ଯାହାକୁ ଏବେ ଜବତ କରିଛନ୍ତି ଯବାନ ।
ଛତିଶଗଡ ସୁକମା ଜିଲ୍ଲା କଂଗାଲତୋଙ୍ଗ ଜଙ୍ଗଲରେ କୁମ୍ବିଂ ଅପରେସନରେ ଯବାନ ମାନଙ୍କୁ ମିଳିଛି ବଡ ସଫଳତା । ଡିଆରଜି, ବସ୍ତର ଫାଇଟର୍ସ୍ ଓ କୋବ୍ରା ବାହିନୀର ମିଳିତ ଅପରେସନରେ ଛତ୍ରଭଙ୍ଗ ଦେଇଥିଲେ ଲୁଚି ରହିଥିବା ମାଓବାଦୀ ମାନେ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ମାନେ ବ୍ୟବହାର କରୁଥିବା ସ୍ନାଇପର୍ ଜ୍ୟାକେଟ୍ ମିଳିଛି । ଏଥିସହିତ ବିପୁଳ ପରିମାଣରେ ବିସ୍ଫୋରକ ଦ୍ରବ୍ୟ, ଗୁଳିଗୋଳା ଓ ମାଓ ସାମଗ୍ରୀ ଜବତ ହୋଇଛି । ଘଂଚ ଜଙ୍ଗଲରେ ସର କ୍ଷାକର୍ମୀଙ୍କୁ ଚକମା ଦେବା ପାଇଁ ଲାଲବାହିନୀ ଏଭଳି ହାଇଟେକ୍ ସ୍ନାଇପର ଜ୍ୟାକେଟ୍ ପ୍ରସ୍ତୁତ କରିଥିଲେ ।