ମଝି ଚିଲିକାରେ ଫସିଲା ଯାତ୍ରୀବାହି ଡଙ୍ଗା । ଘଣ୍ଟା ଘଣ୍ଟା ଧରି ଫସି ରହିଛନ୍ତି ୨୦ରୁ ଅଧିକ ଯାତ୍ରୀ ।

291

କନକ ବ୍ୟୁରୋ: ମଝି ଚିଲିକାରେ ଫସି ରହିଛି ଯାତ୍ରୀବାହୀ ଡଙ୍ଗା । ଡଙ୍ଗାଟିରେ ଅଛନ୍ତି ପ୍ରାୟ ୨୦ରୁ ଅଧିର ଲୋକ ଓ ୧୦ ବାଇକ୍ । ଡଙ୍ଗାଟି ଆଜି ସକାଳ ୭ଟା ୩୦ ମିନିଟ ସମୟରେ ଜହ୍ନିକୁଦା ଘାଟପେଣ୍ଠରୁ ସାତପଡା ଅଭିମୁଖେ ବାହାରିଥିଲା । ମଏଁଲା ନିକଟ ମଝି ଚିଲିକାରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଅଧାର ଅଟକି ରହିଛି ଡଙ୍ଗା । ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତଥାପି ଏଯାଏଁ ଡଙ୍ଗାଟି କୂଳକୁ ଆସିନଥିବା ସୂଚନା ରହିଛି ।