ରାସ୍ତାରେ ଚାଲିଥିଲା ଗାଡି ! ହଠାତ୍ ଚାଲିଆସିଲେ ସିଂହ ପଲ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । 

276

ରାସ୍ତା ମଝିରେ ଆତଙ୍କ ଖେଳାଇଲେ ସିଂହ । ଥରେ ଚିନ୍ତା କରନ୍ତୁ, ଆପଣ ରାସ୍ତାରେ କାରରେ ଯାଉଛନ୍ତି । ଆଉ ଏହି ସମୟରେ ରାସ୍ତା ଉପରକୁ ଏକ ସିଂହ ପଲ ଆସିଯାଉଛନ୍ତି । ଏହି କାରଣରୁ ରାସ୍ତା ଉପରେ ଅନେକ ଗାଡି ଗୁଡିକ ଅଟକି ରହୁଛି । ଠିକ୍ ଏମିତି ହିଁ ଏକ ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସିଂହମାନଙ୍କ ପାଇଁ ରାସ୍ତାରେ ଗାଡି ଗୁଡିକ ଅଟକି ରହିଥିବା ଦେଖିବାକୁ ମିଳିଛି । 

ଏହି ଭିଡିଓକୁ ଲାଇନ୍ସ ଅଫ୍ କ୍ରୁଜର ପାର୍କର ଫେସବୁକ୍ ପେଜରେ ଅପଲୋଡ୍ କରାଯାଇଛି । ଆଉ ଏହି ଭିଡିଓକୁ ଘଟଣାସ୍ଥଳରେ ଥିବା ଜଣେ ଗାଡି ଚାଳକ ହିଁ ରେକର୍ଡ କରିଥିବା ଜଣାପଡିଛି । ଭିଡିଓ ଅନୁଯାୟୀ, ପାଖାପାଖି ୪ଟି ସିଂହ ହଠାତ୍ ରାସ୍ତା ଉପରକୁ ଆସିଯାଉଛନ୍ତି । ଏହି କାରଣରୁ ଅନେକ ଲୋକ ଅତ୍ୟନ୍ତ ଭୟଭୀତ ହୋଇପଡିଥିଲେ । ଭାଇରାଲ ହେଉଥିବା ଏହି ଭିଡିଓକୁ ୨୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଏପରିକି ୩୮ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଫେସବୁକରେ ସେୟାର ମଧ୍ୟ କରିଛନ୍ତି । ତେବେ ଏହି ଘଟଣା ହେଉଛି, ଦକ୍ଷିଣ ଆଫ୍ରିକାର କ୍ରୁଗର ନ୍ୟାସନାଲ ପାର୍କର ।