ପିଲାଙ୍କୁ ଅଧିକ ପସନ୍ଦ ଚା’ ପିଇବା ! କିନ୍ତୁ କଣ ପିଲାଙ୍କୁ ଚା’ ଦେବା ଉଚିତ୍

118

ଆପଣ ଦେଖିଥିବେ ଅଧିକାଂଶ ଘରମାନଙ୍କରେ ଛୋଟ ପିଲାଙ୍କ ଚା’ ପିଇବା ଏକ ସାଧାରଣ କଥା ଅଟେ । କାରଣ ଲୋକଙ୍କର ବିଶ୍ୱାସ ରହିଛି କି, ଚା’ ପିଇବାଦ୍ୱାରା ପାଚନ କ୍ରିୟା ସୁସ୍ଥ୍ୟ ରହିଥାଏ ଏବଂ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧିପାଇଥାଏ । ଏଥିସହିତ ଦୁର୍ବଳତା ତଥା ଥକାପଣ ମଧ୍ୟ ଅନେକାଂଶରେ ଦୁର ହୋଇଥାଏ ।

ତେବେ ଏକଥାରେ କୌଣସି ସନ୍ଦେହ ନାହିଁ କି ଚା’ ପିଇବାଦ୍ୱାରା ଅନେକ ଲାଭ ମିଳିଥାଏ କିନ୍ତୁ ଏହାଦ୍ୱାରା ମଧ୍ୟ ଅନେକ ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ । କାରଣ ଏକ ଶିଶୁ ଏବଂ ବୟସ୍କ ବ୍ୟକ୍ତି ମଧ୍ୟରେ ଏହାର ପ୍ରଭାବ ଭିନ୍ନ ଭିନ୍ନ ହୋଇଥାଏ । ତେବେ ଆସନ୍ତୁ ଜାଣିବ ।

• ଯଦି ପିଲାମାନଙ୍କୁ ଅଧିକ ପରିମାଣରେ ଚା’ ପିିଇବାକୁ ଦିଆଯାଏ । ତେବେ ଏହାର ପ୍ରଭାବ ସିଧାସଳଖ ପିଲାଙ୍କ ମସ୍ତିସ୍କ, ମାଂସପେଶୀ ଏବଂ ସ୍ନାୟୁଗୁଡକର ସିଷ୍ଟମ ଉପରେ ଗଭୀର ମାତ୍ରାରେ ପଡିଥାଏ । ଏହା ସହିତ ଅଧିକ ମାତ୍ରାରେ ଚା’ ପିଇବାଦ୍ୱାରା ପିଲାମାନଙ୍କ ଶରୀରର ବିକାଶ ଉପରେ ମଧ୍ୟ ପଡିଥାଏ ।

• ଏହାବାତୀତ, ପିଲାମାନେ ଅଧିକମାତ୍ରାରେ ଚା’ ପିଇବା ଦ୍ୱାରା ସେମାନଙ୍କ ହାଡ ଦୁର୍ବଳ ହେବା ସହିତ ହାଡରେ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଚା’ ପିଇବାଦ୍ୱାରା ପିଲାମାନେ ଅଧିକ ଚିଡଚିଡା ହେବାସହ ସେମାନଙ୍କ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ ।

ଏହାସହ ମଧ୍ୟ ପଢନ୍ତୁ- ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ବେଶି ଉପକାରୀ ପିଆଜ ! ମିଳିଥାଏ ୪ଟି ଫାଇଦା . . .