ଭୁଲରେ ସିଝାନ୍ତୁ ନାହିଁ ଏହି ଫଳ ଓ ପନିପରିବା ! କଂଚା ଖାଇଲେ ଅନେକ ଫାଇଦା

155

କୁହାଯାଏ କିଛି କଂଚା ଫଳ ଏବଂ ପନିପରିବାକୁ ସିଝାଇବା ଦ୍ୱାରା ଏଥିରେ ଥିବା ଗୁଣ ନଷ୍ଟ ହୋଇ ଯାଇଥାଏ । ବିଶେଷ କରି ଏଥିରେ ଥିବା ଭିଟାମିନ ଉପରେ ଅଧିକ ପ୍ରଭାବ ପଡ଼ିଥାଏ । ଏଥିପାଇଁ କିଛି ଫଳ ଓ ପନିପରିବାକୁ ନ ସିଝାଇ ତାହାକୁ କଂଚା ଖାଇବା ଆବଶ୍ୟକ । ଆସନ୍ତୁ ଜାଣିବା ସେହିଭଳି କିଛି ଫଳ ଓ ପନିପରିବା ବିଷୟରେ ।

ନଡ଼ିଆ- ଏହାକୁ କଂଚା ଖାଇବା ଦ୍ୱାରା ଲାଭ ମିଳିଥାଏ । ଏଥିରେ କେତେକ ହେଲଦି ଫ୍ୟାଟସ ରହିଥାଏ, ଯାହା ଶୁଖିବା ପରେ ଏହାର ସମସ୍ତ ଗୁଣ ନଷ୍ଟ ହୋଇଯାଏ ।

ସିମଲା ମିର୍ଚ୍ଚ- ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ସି ଥାଏ, ୟୁଏସର ନେସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ଅନୁସାରେ ଏହାକୁ ୩୭୫ ଡିଗ୍ରୀରୁ ଅଧିକ ତାପମାତ୍ରାରେ ସିଝାଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ୍ୱ ନଷ୍ଟ ହୋଇଯାଏ ।

ବ୍ରୋକୋଲି- ଏଥିରେ ଭିଟାମିନ ସି ଏବଂ କ୍ୟାଲସିୟମ ଭରପୁର ମାତ୍ରାରେ ରହିଥାଏ ଏବଂ ଏହା ସହିତ ଏକ ପ୍ରକାର ସଲ୍ଫୋରାଫେନ ମଧ୍ୟ ଥାଏ ଯାହା ହୃଦରୋଗ ଏବଂ ବ୍ଲଡପ୍ରେସର ଆଦି ରୋଗରୁ ରକ୍ଷା କରିଥାଏ । କିନ୍ତୁ ଏହାକୁ ସିଝାଇବା ଦ୍ୱାରା ଏହା ନଷ୍ଟ ହୋଇଯାଏ ।

ସେଓ-ଏଥିରେ ବହୁ ମାତ୍ରାରେ ପୋଷକ ତତ୍ତ୍ୱ ଏବଂ ମିନେରାଲସ ଭରି ରହିଥାଏ, ଏହାକୁ ଶୁଖାଇବା ଦ୍ୱାରା ଏଥିରେ ଥିବା ମିନେରାଲସ ନଷ୍ଟ ହୋଇଯାଏ ଏବଂ କ୍ୟାଲୋରୀ ଓ କାର୍ବୋହାଇଡ୍ରେଟ ସ୍ତର ବଢି ଯାଇଥାଏ, ଯାହା ଶରୀରର ସୁଗାର ସ୍ତରକୁ ବଢାଇଥାଏ ।

ଗଜାମୁଗ- ଏଥିରେ ଭିଟାମିନ ସି, ଫାଇବର, ଫୋଲେଟ, କପର ଏବଂ ମିନେରାଲସ ଭରି ରହିଥାଏ, ଏହାକୁ ସିଝାଇବା ଦ୍ୱାରା ନଷ୍ଟ ହୋଇଯାଏ ।