କମ୍ ପରିଶ୍ରମରେ ଅଧିକା ଆୟ କରିବାକୁ ଚାହୁଁଛନ୍ତି କି ? ଏହି ୬ଟି ଅନଲାଇନ ଜବ୍ କୁ ଆପଣାନ୍ତୁ

89

ଆଜିକାଲି ସମସ୍ତେ ଚାହୁଁଛନ୍ତି କେମିତି କମ୍ ସମୟରେ ଅଧିକା ଆୟ କରିବା । ଆଉ ଏଥିସହ ଖୋଜିଥାନ୍ତି କିଛି ପାର୍ଟଟାଇମ୍ ଜବ୍ ମଧ୍ୟ । ଏବେ ଆପଣଙ୍କୁ ଏହି ସୁବିଧା ଦେବ କିଛି ଅନ୍ ଲାଇନ ଜବ୍ । ଯାହା ଏବେ ଅନେକଙ୍କର ଖୁବ୍ ପସନ୍ଦ ପାଲଟିଛି । ଆଜିର ଇଂଟରନେଟ ଯୁଗରେ ଜବ୍ ର ଅନେକ ସୁଯୋଗ ସୃଷ୍ଟି ହୋଇଛି । ଯେଉଁଠି କମ୍ ପରିଶ୍ରମରେ ଲକ୍ଷ ଟଙ୍କା ଯାଏ କମ୍ ଚେଷ୍ଟାରେ ପାଇପାରୁଛନ୍ତି । ନିଜର ଅବସର ସମୟରେ ଲୋକେ ଏହି ଅନଲାଇନ ଜବ୍ କୁ ଆପଣାଉଛନ୍ତି । ତାହେଲେ , ଏବେ ଆସନ୍ତୁ ଜାଣିବା ଏହି ଜବ୍ ବିଷୟରେ । ଆଉ କେମିତି ଏଥିରୁ ଅର୍ଥ ଆୟ କରିପାରିବା ଜାଣିବା ଏହାର ପ୍ରିକ୍ରିୟାକୁ –

online -2୧ – ଅଡିଓର ଉତ୍ତର ଦେବା ଓ ଅଡିଓକୁ ଟେକଷ୍ଟ ଫାଇଲରେ ବଦଳେଇବା – ଅନଲାଇନରେ ଇନକମ୍ କରିବାର ଏକ ତରିକା ହେଉଛି , କିଛି ପ୍ରଶ୍ନର ଉତ୍ତର କେବଳ ଦେବା ଏବଂ ଅଡିଓ ଫାଇଲକୁ ଟେକଷ୍ଟ ଫାଇଲରେ ବଦଳେଇବା । ଏହି ଜବ୍ ସେହି ଲୋକେ କରିପାରିବେ , ଯେଉଁମାନେ ବିଭିନ୍ନ ଖବର ଓ ସୂଚନା ବିଷୟରେ ଅପଟୁଡେଟ୍ ଥିବେ ଓ ବିଭିନ୍ନ କ୍ଷେତ୍ରରେ ଜାଣିବାର ଜିଜ୍ଞାସା ରଖିଥିବେ । ଏହି ୱେବସାଇଟରେ କିଛି ଏକ୍ସପର୍ଟ ପ୍ରତ ସପ୍ତାହରେ ପାଖାପାଖି ୩୫ହଜାର ଟଙ୍କା କମାଇଥାନ୍ତି ।

online-3୨- ଅନଲାଇନ୍ ପର୍ସନଲ୍ ଆସିଷ୍ଟାଣ୍ଟ ଓ ରିସର୍ଚ୍ଚ – ଭର୍ଚୁଆଲ୍ ଆସିଷ୍ଟାଣ୍ଟ ହିସାବରେ ଆପଣ କୈାଣସି ବ୍ୟକ୍ତିଙ୍କୁ ବିବିନ୍ନ କାମରେ ସାହାଯ୍ୟ କରିପାରିବେ । ଯେଉଁଥିପାଇଁ ଆପଣଙ୍କୁ ଫିସ୍ ମିଳିବ । ସାରା ବିଶ୍ୱରେ ୱାର୍କ ଆୱାର୍ସର ବୃଦ୍ଧି ଓ ହ୍ୱାଇଟ କଲର ଜବ୍ କରୁଥିବା ଲୋକଙ୍କ ପାଖରେ ସମୟର ଅଭାବ କାରଣରୁ ସେମାନେ ଏମିତି ଲୋକଙ୍କ ସାହାଯ୍ୟ ନେଉଛନ୍ତି , ଯେଉଁମାନେ ଅନଲାଇନରେ ସେମାନଙ୍କ କାମକୁ ପୁରା କରିପାରିବେ । ଏହି ପ୍ରକାର କାମରେ କୈାଣସି ଲୋକର ମେଲ୍ ଚେକ୍ କରିବା , ଅନଲାଇନ୍ ଶପିଂ କରିବା ଅଥବା କ୍ଲାଏଣ୍ଟସଙ୍କୁ ଫୋନ କଲ୍ କରିବା ଆଦି କାର୍ଯ୍ୟ ସାମିଲ୍ ଅଟେ । ଯଦି ଆପଣ ଏହି ପ୍ରକାର କାମ କରିବାକୁ ଚାହୁଁଛନ୍ତି ତ ଦିଆଯାଇଥିବା

online-4୩- ଗେମ୍ ଖେଳି ଅର୍ଥ କମାନ୍ତୁ – ଅନେକ ଅନଲାଇନ ଗେମ୍ ଅଛି , ଯାହାକୁ ଖେଳି ଆପଣ ଭର୍ଚୁଆଲ୍ କରେନ୍ସି ପାଇପାରିବେ । ପରେ ଏହାକୁ ନିଜର ଆକାଏଂଟରେ ଟ୍ରାନ୍ସଫର କରି ରିୟଲ ମନିରେ ବଦଳେଇପାରିବେ । ଉଦାହରଣ ସ୍ୱରୂପ , ଯଦି ଆପଣ ଅନଲାଇନ୍ ଫାଣ୍ଟେସି ଗେମ୍ ୱଲର୍ଡ ଅଫ୍ ୱାରକ୍ରାଫ୍ଟ ଖେଳି ୩୦ହଜାର ଗୋଲ୍ଡ ୟୁନିଟ୍ କମାଉଛନ୍ତି ତ ଆପଣ ଏହାକୁ ଏକ୍ସଚେଂଜ କରି ୨୦ ୟୁଏସ ଡଲାର ଅର୍ଥାତ ପାଖପାଖି ୧୩୦୦ ଟଙ୍କା କମାଇପାରିବେ । ଆପଣ ଭାରତୀୟ ଗେମ୍ ଭଳି ରମି ଅନଲାଇନ ଅନ୍ୟ ପ୍ରତିଯୋଗିଙ୍କ ସହ ଖେଳି ପାରିବେ ।

online-5୪ -ଅନଲାଇନ୍ ଫଟୋଗ୍ରାଫ୍ ବିକ୍ରି – ଯଦି ଆପଣଙ୍କର ଫଟୋଗ୍ରାଫିରେ ଦକ୍ଷତା ଅଛି ଓ ଜଣେ କଳକାର , ଆପଣ ଚାହିଁଲେ ନିଜର ଫଟୋଗ୍ରାଫ୍ ଓ ସ୍କେଚ୍ ଅନଲାଇନ ବିକ୍ରି କରିପାରିବେ । କଳକାର ଓ ଫଟୋଗ୍ରାଫର ନିଜର ପ୍ରଡକ୍ଟସର ସେଲ୍ ପ୍ରାଇସ୍ ଉପରେ ୬୦ ପ୍ରତିଶତ କମିଶନ ଆୟ କରିପାରିବେ । ନିଜର ଆର୍ଟୱର୍କ ଓ ଫଟୋଗ୍ରାଫକୁ ବିକିବା ପାଇଁ ୱେବସାଇଟର ସାହାଯ୍ୟ ନିଅନ୍ତୁ ।

online-6୫- ଅନଲାଇନ ପ୍ରଡକ୍ଟ ବିକ୍ରିକରିବା – ଆପଣ କମିଶନରେ କୈାଣସି ଇ-କମର୍ସ କଂପାନୀ ପାଇଁ ମାର୍କେଟିଂ ଓ ପ୍ରଡକ୍ଟ ସେଲିଂ କରିପାରିବେ । ଆମାଜନ୍ ଓ ଫ୍ଲିପକାର୍ଟ ଭଳି ଇ-କମର୍ସ କଂପାନୀଗୁଡିକ ୨ରୁ ୧୨ ପ୍ରତିଶତ କମିଶନ ଦେଇଥାନ୍ତି । ଆପଣ ଯେଉଁ ଇ-କମର୍ସ କଂପାନୀ ପାଇଁ କାରିବାକୁ ଚାହୁଁଛନ୍ତି , ଏହାର ୱେବସାଇଟରେ ଲଗଇନ୍ କରିବାକୁ ହେବା ଏବଂ କୈାଣସି ପ୍ରଡକ୍ଟ ପାଇଁ ୟୁନିକ ଲିଙ୍କ୍ କରିବାକୁ ହେବ । ଆପଣ ଏହାକୁ ନିଜର ସାଙ୍ଗଙ୍କୁ ଦେଇପାରିବେ । ବା ନିଜର ପର୍ସନଲ ବ୍ଲଗ୍ , ଫୋରମ୍ ବା ୱେବସାଇଟରେ ପୋଷ୍ଟ କରିପାରିବେ । ଯେତେବେଳେ ଏହି ଲିଙ୍କ୍ ର ମାଧ୍ୟମରେ ସେଲ୍ ହେବ ତ ଏକ ସ୍ଥିରୀକୃତ କମିଶନ ଆପଣଙ୍କ ଆକାଉଣ୍ଟରେ ପହଁଚିଯିବ ।

online-7୬- ଅନଲାଇନ୍ ଟିଚିଙ୍ଗ୍ ଜବ୍ – ଇଂଟରନେଟ୍ ର ବହୁଳ ବ୍ୟବହାରକୁ ନେଇ ଅନଲାଇନ ଟ୍ୟୁସନ ମଧ୍ୟ ଖୁବ୍ ବଢିଯାଇଛି । ଯଦି ଆପଣ କୈାଣସି ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଏକ୍ସପର୍ଟ ଅଛନ୍ତି , ବା କୈାଣସି ବିଷୟରେ ଜ୍ଞାନ ଆହରଣ କରିଚନ୍ତି ତ, ଆପଣ ଅନଲାଇନ ଟ୍ୟୁସନ କରିପାରିବେ । ୮ଘଂଟା ପ୍ରତିଦିନ ପଢାଇ ୮୦ହଜାର ଟଙ୍କା ଯାଏ ଆୟ କରିପାରିବେ । ଦିଆଯାଇଥିବା ଦୁଇଟି ସାଇଟର ସାହାଯ୍ୟ ଆପଣ ନେଇପାରନ୍ତି – ( ବେଦାନ୍ତୁ , ଟ୍ୟୁଟରଭିଷ୍ଟା)

(ସୌଜନ୍ୟ- ନବଭାରତ ଟାଇମ୍ସ)