ଆପଣ ଅଣ୍ଟା ଦରଜ ସମସ୍ୟାରେ ପୀଡିତ କି ? ଉପଶମ ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

146

ଆଜିର ଧାଁ ଦୌଡ ଜୀବନ ଶୈଳୀରେ ଲୋକେ ଅଣ୍ଟା ଦରଜର ସମସ୍ୟାରେ ପଡିଥାନ୍ତି । ଅଧିକ ସମୟ ଧରି କମ୍ପୁଟର ସାମ୍ନାରେ ବସି ବା ଦୀର୍ଘ ସମୟ ଧରି ଗୋଟିଏ ଭଙ୍ଗୀରେ ବସିବା ଦ୍ୱାରା ଅଣ୍ଡା ପୀଡା ଆରମ୍ଭ ହୋଇଥାଏ । ଆପଣଙ୍କୁ କହୁଛୁ କେମିତି ଘରୋଇ ଉପଚାରରେ ଏହି ସମସ୍ୟାରୁ ମୁକ୍ତି ପାଇବେ । ଯଦି ଅଧିକ ଦିନ ଧରି ଏହି ସମସ୍ୟାରେ ଅଛନ୍ତି ତ ଡାକ୍ତରଙ୍କ ସାହାଯ୍ୟ ମଧ୍ୟ ନେଇପାରିବେ –

୧ – ଜୁଆଣିର ସେବନ କରନ୍ତୁ – ଅଣ୍ଟା ଦରଜରୁ ମୁକ୍ତି ପାଇଁ ଜୁଆଣି ସେବନ କରନ୍ତୁ । ଆପଣ ୧ ଛୋଟ ଚାମଚ ଜୁଆଣି ନେଇ ତାୱାରେ ଗରମ କରି ଦିଅନ୍ତୁ । ଥଣ୍ଡା ହେକା ପରେ ଏହାକୁ ଚୋବାନ୍ତୁ । ଏମିତି ପାଖାପାଖି ୭ ଦିନ ଯାଏ କରନ୍ତୁ ଅଣ୍ଡା ପୀଡାରୁ ମୁକ୍ତି ମିଳିବ ।

୨ – ପାଣିରେ ସେକ ଦିଅନ୍ତୁ – ଅଣ୍ଡା ଦରଜରୁ ମିକୁଳିବା ପାଇଁ ପାଣିକୁ ଗରମ କରି ଅଣ୍ଟା ସେକ କରନ୍ତୁ । ଏହା ଦ୍ୱାରା ବହୁତ ଆରାମ ମିଳିବ ।

୩ – ବ୍ୟାୟାମ ବା ମର୍ଣ୍ଣିଂୱାକ୍ କରନ୍ତୁ – ମର୍ଣ୍ଣିଂୱାକ୍ କରିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ମିଳିଥାଏ । ରୋଗ ଆଦିରୁ ଯଦି ମୁକ୍ତି ଚାହୁଁଛନ୍ତି ପ୍ରତିଦିନ ୨ କିଲୋମିଟର ଚାଲନ୍ତୁ ବହୁତ ଫାଇଦା ମିଳିବ । ଆଉ ଆପଣ ଫିଟ୍ ରହିବେ ।

୪ –ସୋରିଷ ତେଲ ଲଗାନ୍ତୁ – ରସୁଣର ତିନି-ଚାରି ଫାଳ ହାଲକା ଗରମ ସୋରିଷ ତେଲରେ ମିଶାଇଦିଅନ୍ତୁ । ଯେବେ ତେଲ ଥଣ୍ଡା ହୋଇଯିବ ।  ଏହାକୁ ଅଣ୍ଟାରେ ଲଗାନ୍ତୁ । ବହୁତ ଆରାମ ଲାଗିବ ।

୫ –କ୍ୟାଲସିୟମ ଯୁକ୍ତ ଆହାର ଖାଆନ୍ତୁ – ଅଣ୍ଟା ଦରଜ ସମସ୍ୟାରୁ ମୁକ୍ତି ପାଇଁ କ୍ୟାଲସିୟମ ଯୁକ୍ତ ଆହାର ଅବଶ୍ୟ ଖାଆନ୍ତୁ କ୍ୟାଲସିୟମର ସେବନ କରିବା ଦ୍ୱାରା ଅଣ୍ଟା ଦରଜ ଖୁବ୍ ଶୀଘ୍ର ଠିକ୍ ହୋଇଯିବା ଏବଂ ପୀଡାରୁ ମୁକ୍ତି ମିଳିବ । (ସୌଜନ୍ୟ-ଡେଲିହଣ୍ଟ)