ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ : ଜଣେ ଶ୍ରମିକଙ୍କର ମୃତ୍ୟୁ, ୨ ଜଣ ଆହତ

97

କନକ ବ୍ୟୁରୋ : ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ । ଗ୍ରେନେଡ ଜରିଆରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଆଜି ଧାରା ୩୭୦ ଉଚ୍ଛେଦକୁ ୩ ବର୍ଷ ପୂର୍ତି ହୋଇଛି । ଏହା ପୂର୍ବରୁ ଆତଙ୍କବାଦୀ ମାନେ ଏପରି ଏକ ଆକ୍ରମଣ କରିଛନ୍ତି ।

ପୁଲିସ ଏବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛି । ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ପରିଚୟ ମଧ୍ୟ ମିଳିଛି । ଏହି ଆକ୍ରମଣରେ ଯେଉଁମାନେ ଆହତ ହୋଇଛନ୍ତି ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ୨ ଜଣ ବିହାରର ରାମପୁରର ବୋଲି ଜଣାପଡିଛି । ଏବେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।