ଘରେ କେହି ନଥିବା ବେଳେ ତାଲା ଭାଙ୍ଗି ପଶିଲେ ଚୋର : ଆଲମିରା ଭାଙ୍ଗି ଲୁଟି ନେଲେ ସୁନା ଗହଣା ଓ ନଗଦ ଟଙ୍କା

98

କନକ ବ୍ୟୁରୋ : କେହିନଥିବା ସମୟରେ ଗେଟର ତାଲା ଭାଙ୍ଗି ଚୋର ଘରେ ପ୍ରବେଶ କରି କଳାକନା ବୁଲାଇ ଦେଇଛି । ଆଉ ଚୋରଙ୍କ ଏହି କାରନାମାର ପୁରା ଦୃଶ୍ୟ କଏଦ ହୋଇଛି ସିସିଟିଭିରେ କ୍ୟାମେରାରେ । କେନ୍ଦ୍ରାପଡା ଜିଲ୍ଲା ଗଜିପୁର ଗାଁର ପ୍ରତାପ ଜେନାଙ୍କ ଘରୁ ୧୦ ଗ୍ରାମ ଓଜନର ସୁନା ଗହଣା, ନଗଦ ୭ ହଜାର ଟଙ୍କା ଓ ୭ ଖଣ୍ଡ ଶାଛି ଚୋରି ହୋଇଥିବା ନେଇ ପାଟକୁରା ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ପ୍ରତାପ ଓ ତାଙ୍କ ପତ୍ନୀ ପେନସନ କାମରେ ଗତ ୧୯ ତାରିଖରେ ଭୁବନେଶ୍ୱର ଆସିଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ଦୁହେଁ ଘରକୁ ଫେରିପାରିନଥିଲେ ଓ ଏହାର ଫାଇଦା ଉଠାଇଛନ୍ତି ଚୋର । ଘରର ଗ୍ରୀଲ କବାଟର ତାଲା ଭାଙ୍ଗି ଘରେ ପଶୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହାପରେ ଘରେ ପଶି ଆଲମିରାରେ ଥିବା ସୁନା ଅଳଙ୍କାର, ନଗଦ ଟଙ୍କା ଓ ଶାଢି ନେଇଯାଇଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।