କନକ ବ୍ୟୁରୋ : ମାଲକାନଗିରିକୁ ଦେଲେ କୋରାପୁଟକୁ ଭୁଲିଗଲେ । ମୁଖ୍ୟମନ୍ତ୍ରୀଙ୍କ ପାଇଁ କୋରାପୁଟ ଜିଲ୍ଲା ପାଲଟିଗଲା କି ସାବତ ପୁଅ? ମାଲକାନଗିରି ଗସ୍ତରେ ଯାଇ ଜାପାନୀ ଜ୍ୱରରେ ମୃତ୍ୟୁ ବରଣ କରିଥିବା ଶିଶୁଙ୍କ ପରିବାର ଲୋକଙ୍କୁ ୩ ଲକ୍ଷ ଟଙ୍କା ସହ ବିଜୁ ପକ୍କାଘର ଯୋଜନାରେ ସମସ୍ତ ସୁବିଧା ଯୋଗଇଦେବା ପାଇଁ ଘୋଷଣା କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ହେଲେ ମାଲକାନଗିରି ଜିଲ୍ଲାର ପଡ଼ୋଶୀ ଜିଲ୍ଲା କୋରାପୁଟରେ ଜାପାନୀ ଜ୍ୱରରେ ଅନେକ ଶିଶୁ ପ୍ରାଣ ହରାଇଥିଲେ ବି ମୁଖ୍ୟମନ୍ତ୍ରୀ ଏହି ଶିଶୁଙ୍କ ପରିବାର ଲୋକଙ୍କୁ କୌଣସି ସହାୟତା ନେଇ ଘୋଷଣା କରିନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜାପାନୀ ଜ୍ୱରରେ ପ୍ରାଣ ହରାଇଥିବା ଶିଶୁଙ୍କ ପରିବାର ଲୋକ । ତାଙ୍କ ପାଇଁ ଗୋଟିଏ ନିୟମ ଆମ ପାଇଁ ଗୋଟିଏ ନିୟମ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ।
କୋରାପୁଟ ଜିଲ୍ଳାର ବୈପାରୀଗୁଡ଼ାରେ ୩ ଜଣ, କୋଟପାଡ଼ରେ ୫ ଜଣ, କୁନ୍ଦ୍ରାରେ ୨ ଜଣ ଏବଂ ଜୟପୁରରେ ୩ ଜଣ ଶିଶୁ ଜାପାନୀ ଜ୍ୱରରେ ମୃତ ବରଣ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଜୟପୁର ବିଧାୟକ ସମାଲୋଚନା କରିଥିବା ବେଳେ ଏହାର ଜବାବ୍ ରହିଛନ୍ତି ବିଜେପି ମୁଖପାତ୍ର ରବି ନାରାୟଣ ନନ୍ଦ ।